ଦେଶ ବିଦେଶ

ପାଣି ପାଇଁ କାନ୍ଦିବ ପାକିସ୍ତାନ

Spread the love

ଉଭୟ ଭାରତ ଓ ପାକିସ୍ତାନ ଦେଇ ବହୁଥିବା ୬ଟି ନଦୀର ଜଳ ଭାଗବଣ୍ଟା ପାଇଁ ୧୯୬୦ରେ ସ୍ବାକ୍ଷରିତ ହୋଇଥିଲା ସିନ୍ଧୁ ଜଳ ଚୁକ୍ତି । ଯାହା ଉପରେ ଗତକାଲି ରୋକ୍ ଲଗାଇ ପାକିସ୍ତାନ ଛାତିରେ ମହାପ୍ରହାର କରିଛନ୍ତି ମୋଦି ସରକାର ।

ମାପାର ଆତଙ୍କବାଦର ଖୋଇ ଛାଡ଼ି ନପାରି ଭୀଷଣ ପସ୍ତେଇବାକୁ ଯାଉଛି ପାକିସ୍ତାନ । ପହଲଗାମରେ ନିରୀହ ଛାତିରୁ ରକ୍ତ ବୁହାଇ, ଆଗକୁ ନିଜେ କାନ୍ଦିବ ରକ୍ତର କାନ୍ଦଣା । କୌଣସି ସାମରିକ ପଦକ୍ଷେପ ପୂର୍ବରୁ କୂଟନୈତିକ ମାଷ୍ଟରଷ୍ଟ୍ରୋକ୍ ଖେଳିଛି ଭାରତ । ସିନ୍ଧୁ ଜଳ ଚୁକ୍ତି ରଦ୍ଦ ଓ ଅଟ୍ଟାରୀ ସୀମା ବନ୍ଦ ଭଳି ପଦକ୍ଷେପ ଫଳରେ, ପାକିସ୍ତାନ କେବଳ ସମସ୍ୟା ଭୋଗିବାକୁ ଯାଉନି, ବରଂ ତା’ ସତ୍ତା ଏବେ ସଂକଟ ଘେରରେ ।

ଉଭୟ ଭାରତ ଓ ପାକିସ୍ତାନ ଦେଇ ବହୁଥିବା ୬ଟି ନଦୀର ଜଳ ଭାଗବଣ୍ଟା ପାଇଁ ୧୯୬୦ରେ ସ୍ବାକ୍ଷରିତ ହୋଇଥିଲା ସିନ୍ଧୁ ଜଳ ଚୁକ୍ତି । ଯାହା ଉପରେ ଗତକାଲି ରୋକ୍ ଲଗାଇ ପାକିସ୍ତାନ ଛାତିରେ ମହାପ୍ରହାର କରିଛନ୍ତି ମୋଦି ସରକାର । ଏଣିକି ନିଜ ନିୟନ୍ତ୍ରଣରେ ଥିବା ବ୍ୟାସ୍, ରାବି ଓ ସତଲେଜ୍ ସହ ପାକିସ୍ତାନ ହାତରେ ଥିବା ସିନ୍ଧୁ, ଚେନାବ ଓ ଝେଲମ୍ ଜଳକୁ ବି ନିୟନ୍ତ୍ରଣ କରିପାରେ ଭାରତ । ସବୁଯାକ ନଦୀ ଭାରତ ଦେଇ ପାକିସ୍ତାନକୁ ବହୁଥିବାରୁ, ଉପରମୁଣ୍ଡ ନଦୀବନ୍ଧ ଗୁଡ଼ିକରେ ବିନା କୌଣସି ଅଙ୍କୁଶରେ ଜଳ ରୋକାଗଲେ, ପାକିସ୍ତାନରେ ହାହାକାର ପଡ଼ିଯିବ । ପୂର୍ବରୁ ଇଣ୍ଡସ୍ ସିଷ୍ଟମରେ ବହୁଥିବା ସମୁଦାୟ ଜଳର ମାତ୍ର ୩୦ ଭାଗ ଭାରତ ପାଉଥିଲା । ୭୦ ଭାଗ ଜଳ ପାକିସ୍ତାନକୁ ଯାଉଥିଲା।

ଏହାସତ୍ତ୍ବେ, କେବଳ ପାକିସ୍ତାନୀ ଜନସାଧାରଣଙ୍କ ମୁହଁକୁ ଚାହିଁ ତିନି ତିନିଟି ଯୁଦ୍ଧ ସମୟରେ ବି ଏହି ଚୁକ୍ତିରେ ହାତ ମାରିନଥିଲା ନୂଆଦିଲ୍ଲୀ । ହେଲେ ପାକିସ୍ତାନ ବର୍ବରତାର ସବୁ ସୀମା ଟପିଯିବା ପରେ, ଭାରତ ପାଇଁ ବି ଭାଙ୍ଗିଗଲା ଧୈର୍ଯ୍ୟର ବନ୍ଧ । ପାକିସ୍ତାନର ଲାଇଫଲାଇନ କୁହାଯାଉଥିବା ଏବଂ ୨୫ ପ୍ରତିଶତ ଜିଡିପି ନିର୍ଭର କରୁଥିବା ସିନ୍ଧୁ ରିଭର୍ ସିଷ୍ଟମରେ ଜଳ କମିଲେ ପାକିସ୍ତାନର ୧୦ କୋଟିରୁ ଅଧିକ ଜନସଂଖ୍ୟା ଓ ୮୦ ପ୍ରତିଶତ କୃଷି ପ୍ରଭାବିତ ହେବ । ଗହମ, ଧାନ, ଆଖୁ ଓ ତୁଳା ଆଦି ଚାଷ ହେଉଥିବା ୧ କୋଟି ୬୦ ଲକ୍ଷ ହେକ୍ଟର ଜମିକୁ ପାଣି ମିଳିବନି । ମରୁଡ଼ି ପଡ଼ିବ, ଖାଦ୍ୟ ଉତ୍ପାଦନ ଭୁଶୁଡ଼ିଯିବ ।
ପଞ୍ଜାବ୍ ଓ ସିନ୍ଧ୍ ପ୍ରଦେଶ ସହ ପ୍ରମୁଖ ସହର କରାଚୀ, ଲାହୋର ଓ ମୁଲତାନରେ ଶୋଷ ମେଣ୍ଟାଇବାକୁ ପାଣି ମିଳିବନି । ତାରବେଲା ଓ ମଙ୍ଗଲା ହାଇଡ୍ରୋପାୱାର ପ୍ଲାଣ୍ଟ୍ ଅଚଳ ହୋଇ ଘୋର ବିଦ୍ୟୁତ ସଂକଟ ସୃଷ୍ଟି ହେବ । କଳ କାରଖାନା ଠପ୍ ପଡ଼ିବ । ପାକିସ୍ତାନ ଏବେ ଆର୍ଥିକ ସଂକଟ ସହ ଯୁଝୁଛି । ଏଭଳି ପରିସ୍ଥିତିରେ ଖାଦ୍ୟ, ପାଣି ଓ ବିଜୁଳି ସଂକଟ ଯୋଗୁଁ ଆଭ୍ୟନ୍ତରୀଣ ଅସ୍ଥିରତା ଆହୁରି ବୃଦ୍ଧି ପାଇବ । ଅପରପକ୍ଷେ ଭାରତ-ପାକ୍ ଅଟାରୀ-ୱାଘା ବର୍ଡର୍ ପଞ୍ଜାବ ଅମୃତସର ନିକଟ ଅଟାରୀ ଚେକ୍ ପୋଷ୍ଟ ବନ୍ଦ ଘୋଷଣା ଫଳରେ, ପର୍ଯ୍ୟଟକ ଓ ବାଣିଜ୍ୟ ପରିବହନ ବି ଠପ୍ ହୋଇଯାଇଛି ।

Leave a Reply

Your email address will not be published. Required fields are marked *