ଘର ଭିତରକୁ ମାଡିଗଲା ଯାତ୍ରୀବାହୀ ବସ !!
ଜଗତସିଂହପୁର : ଜଗତସିଂହପୁର ସାଂପୁର ଛକ ନିକଟରେ ଘର ଭିତରକୁ ମାଡିଗଲା ଯାତ୍ରୀବାହୀ ବସ । ୧୦ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଷ୍ଟିୟରିଂ ଫେଲ ଯୋଗୁଁ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ତେବେ ଡ୍ରାଇଭରର ଅତି ସାବଧାନତା ଗାଡ଼ି ଚଳାଇବା ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଯୋଗମାୟା ନାମକ ଘରୋଇ ଯାତ୍ରୀବାହୀ ବସ ପାରାଦୀପରୁ ଜଗତସିଂହପୁରକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

