ରାଜ୍ୟ

ନୂଆବର୍ଷରେ ମାଲକାନଗିରିରୁ ବିମାନ ସେବା !

Spread the love

ଓଡ଼ିଶାର ପୂର୍ବ ଘାଟ ଉପରେ ବିଶାଖାପାଟନମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକ ବିମାନ ସେବା ଆରମ୍ଭ ନେଇ ସବୁଜ ସଂକେତ ମିଳିଛି। ସଂପ୍ରତି ଅପରେଟର ଇଣ୍ଡିଆ ଵାନରୁ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଇବା ପାଇଁ ପ୍ରି-ଅପରେସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି।ଆନ୍ଧ୍ରପ୍ରଦେଶ ଏୟାର ଟ୍ରାଭେଲର୍ସ ଆସୋସିଏସନର ପ୍ରତିନିଧି ନରେଶ କୁମାର କହିଛନ୍ତି ଯେ ବିଶାଖାପାଟନମରୁ ମାଲକାନଗିରି ଅଭିମୁଖେ ଯାତ୍ରାକୁ ସ୍ୱାଗତ କରୁଛୁ। ସେହିପରି ବିଶାଖାପାଟନମ୍ ଏବଂ ମାଲକାନଗିରି ମଧ୍ୟରେ ବିମାନ ଉଡ଼ାଣ ପ୍ରସ୍ତାବକୁ ସ୍ବାଗତ କରି ବିଶାଖାପାଟନମ୍ ବିମାନବନ୍ଦର ନିର୍ଦ୍ଦେଶକ ଏସ୍ ରାଜା ରେଡ୍ଡୀ କହିଛନ୍ତି ଯେ ହଁ ଆମେ ଅପରେଟର ଇଣ୍ଡିଆ ୱାନ୍‌ରୁ ବିମାନ ଉଡ଼ାଣ ପ୍ରସ୍ତାବ ପାଇଛୁ। ସବୁକିଛି ଅନୁମୋଦିତ ହେଲେ ସେବା ୨୦୨୫ ମସିହା ଜାନୁଆରିରୁ ଉଡାନ ଆରମ୍ଭ ହେବାର ସ୍ଥିର ହୋଇଛି। ଇଣ୍ଡିଆ ୱାନ୍ ଏୟାରଲାଇନସ ମଧ୍ୟ ଶୀଘ୍ର ବିମାନ ଚଳାଚଳ ପାଇଁ କାର୍ଯ୍ୟ କରୁଛି ବୋଲି ଜଣାପଡିଛି|

Leave a Reply

Your email address will not be published. Required fields are marked *