ଆଞ୍ଚଳିକ

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍‌ରେ ପର୍ଯ୍ୟଟନ ବିକାଶରେ ସ୍ଥାନୀୟ ଅଧିବାସୀଙ୍କ ଭୂମିକାକୁ ନେଇ ଆଲୋଚନା ଚକ୍ର

Spread the love

ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍‌ ଦ୍ୱାରା ଭୁବନେଶ୍ୱରର ସୁଦର୍ଶନ ଦାରୁ ପୀଠରେ ପର୍ଯ୍ୟଟନ ବିକାଶରେ ସ୍ଥାନୀୟ ଅଧୀବାସୀଙ୍କ ଭୂମିକା ବିଷୟରେ ଏକ ମୁକ୍ତାକାଶ ଆଲୋଚନା ଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଚେୟାରମାନ୍ ଡଃ ବିପିନ ବିହାରୀ ମିଶ୍ର ଏହା ସମ୍ପର୍କରେ ମତ ପ୍ରକାଶ କରି କହିଥିଲେ ଯେ, ଶୀତ ଋତୁରେ ସାଧାରଣତଃ ପିକନିକ୍ ହୁଏ। ଲୋକେ ବଣଭୋଜି ପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯାଆନ୍ତି ଏବଂ ଭିଡ଼ ଦେଖିବାକୁ ମିଳେ। ସେଥିପାଇଁ ସ୍ଥାନୀୟ ଲୋକଙ୍କ ଭୂମିକା ବିଶେଷ ମହତ୍ତ୍ଵ ରଖେ। କିଭଳି ସେମାନଙ୍କ ଉନ୍ନତି ହେବ, ସେଥି ସମ୍ପର୍କରେ ଅଭିଭାଷଣ ପ୍ରକାଶ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସେକ୍ରେଟାରି ଡଃ ସୁକାନ୍ତି ମିଶ୍ର, ସେକ୍ରେଟାରି ବରିଷ୍ଠ ନାଗରିକ ସଂଘ ନିଶାକର ରାଉତ, ବିଶିଷ୍ଟ କଣ୍ଠଶିଳ୍ପୀ ମହାପ୍ରସାଦ କର ଏବଂ ଅନିନ୍ଦିତା ଦାସ ଯୋଗ ଦେଇ ନିଜ ସଙ୍ଗୀତ ମାଧ୍ୟମରେ ମନୋରଞ୍ଜନ କରିବା ସହ ସଚେତନତା ବାର୍ତ୍ତା ଦେଇଥିଲେ।

 

Leave a Reply

Your email address will not be published. Required fields are marked *