ଜାତୀୟ

କାର୍‌ରୁ ୧୫କିଲୋର ସୁନା ଜବତ

Spread the love

ସୁରଟ ଏକ ଚେକ୍ ପୋଷ୍ଟରେ ପୋଲିସ ଗାଡ଼ି ଯାଞ୍ଚ କରୁଥିଲା । ଆଉ ଏହି ସମୟରେ ଏକ କାର୍ ଯୋଗେ ଏହି ସୁନାକୁ କପଡା ଭିତରେ ଲୁଚାଇ ଅଭିଯୁକ୍ତମାନେ ନେଇ ଯାଉଥିଲେ। ଆଉ ଏହି ସମୟରେ ଏହି ଯାଞ୍ଚବେଳେ କାର୍ ଭିତରୁ ୧୫ କେଜି ସୁନା ଜବତ ହୋଇଛି।  ପୁଲିସ ଘଟଣାସ୍ଥଳରୁ ଦୁଇ ଜଣଙ୍କୁ ଗିରଫ କରିଛି।ତେବେ ଏହି ଘଟଣାକୁ ନେଇ ଜଣେ ବରିଷ୍ଠ  ଅଧିକାରୀ କହିଛନ୍ତି, ଶୁକ୍ରବାର ରାତିରେ ପାଟ୍ରୋଲିଂ ବେଳେ କିଛି ଲୋକ ଏକ କାରରେ ବିପୁଳ ପରିମାଣର ସୁନା ନେଇ ଯାଉଥିବା ନେଇ ସାସୋରି ପୁଲିସକୁ ସୂଚନା ଦେଇଥିଲେ । ଏନେଇ ଖବର ପାଇ ତୁରନ୍ତ ପୋଲିସ ଚେକ୍ ପୋଷ୍ଟରେ   ଯାଞ୍ଚ ଆରମ୍ଭ କରିଥିଲା । ଆଉ ଯାଞ୍ଚ ସମୟରେ ପୋଲିସ ପ୍ରାୟ  ୧୫ କିଲୋ ଓଜନର ସୁନା ଜବତ କରିଛି।

Leave a Reply

Your email address will not be published. Required fields are marked *