ସମ୍ବଲପୁର ଗସ୍ତରେ ଆସୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ
ସମ୍ବଲପୁର ଗସ୍ତରେ ଆସୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ |ଏହି ଅବସରରେ ସେ ବୁର୍ଲା ଭିମ୍ସାର୍ ସୁପର ସ୍ପେସାଲିଟି ହସ୍ପିଟାଲ୍ ଉଦ୍ଘାଟନ କରିବେ । ଏନେଇ ଭିମ୍ସାର୍ ନିର୍ଦ୍ଦେଶକ ଅନ୍ୟ ବିଭାଗ ଓ ଅଧିକାରୀଙ୍କୁ ଚିଠି ଲେଖି ପ୍ରସ୍ତୁତ ରହିବାକୁ କହିଛନ୍ତି ।ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ସମ୍ବଲପୁର ଆସି ପ୍ରଥମେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବେ । ପରେ ଭିନ୍ନ ଭିନ୍ନ ୪ଟି କାର୍ଯ୍ୟକ୍ରମରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ୧୮୫୭ ଡିସେମ୍ବର ୩୦ରେ ବ୍ରିଟିଶ ପୁଲିସ୍ ଦ୍ୱାରା କୁଦୋପାଲିରେ ସଂଘଠିତ ନରସଂହାରକୁ ନେଇ ପ୍ରକାଶିତ ଏକ ପୁସ୍ତକ ଉନ୍ମୋଚନ କରିବେ । ଏଥିରେ ସମ୍ବଲପୁରର ଗୌରବମୟ ଇତିହାସ, ଦେଶ ସ୍ୱାଧୀନତା ପାଇଁ ସଂଘର୍ଷ ଓ ବଳିଦାନ ସମ୍ପର୍କରେ ଉଲ୍ଲେଖ ରହିଛି ।

