ନେପାଳରେ ଭୂମିକମ୍ପର ଝଟକା
ନେପାଳରେ ଭୂମିକମ୍ପ । ଆଜି ସକାଳୁ ଏହି କମ୍ପନ ଅନୁଭୂତ ହୋଇଛି ।। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି ।ଭାରତୀୟ ସମୟାନୁସାରେ ଶନିବାର ସକାଳ ପ୍ରାୟ ୩ଟା ୫୯ ମିନିଟରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ର ଜୁଲ୍ମା ଜିଲ୍ଲାରେ ୧୦ କିଲୋମିଟର ଗଭୀରତାରେ ଥିବା ନେଇ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ସୂଚନା ଦିଆଯାଇଛି । ଭୂମିକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ । ତେବେ ଏହି ଭୂମିକମ୍ପରେ କୌଣସି ଧନ ଜୀବନ ହାନି ହୋଇନଥିବା ଜଣାପଡ଼ିଛି ।

