ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମରିସସ୍ ଏୟାରପୋର୍ଟରେ ଭବ୍ୟ ସ୍ବାଗତ
ମରିସସ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୋର୍ଟ ଲୁଇସରେ ପହଞ୍ଚବା ପରେ ମୋଦିଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏୟାରପୋର୍ଟରେ ତାଙ୍କୁ ସ୍ବାଗତ କରିଛନ୍ତି ମରିସସ୍ ପ୍ରଧାମନ୍ତ୍ରୀ ନବୀନ ରାମଗୋଲାମ । ମରିସସ୍ ଉପପ୍ରଧାନମନ୍ତ୍ରୀ, ମରିସସ୍ ପ୍ରଧାନ ବିଚାରପତି, ଲୋକସଭା ସାଂସଦ, ବିରୋଧୀ ଦଳ ନେତା, ବୈଦେଶିକ ମନ୍ତ୍ରୀ, କ୍ୟାବିନେଟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।ମୋଦିଙ୍କୁ ଏୟାରପୋର୍ଟରେ ସାଂସଦ, ବିଧାୟକଙ୍କ ସମେତ ପ୍ରାୟ ୨୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ମୋଦିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଆସନ୍ତାକାଲି ମରିସସ୍ ଜାତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଦ୍ବୀପ ଦେଶର ୫୭ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ କଣ୍ଟିନଜେଣ୍ଟ ସାମିଲ ହେବ । ଆଜି ସଂଧ୍ୟାରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ ମୋଦି।

