ଶିମିଳିପାଳରେ ଚାରି ଶିକାରୀ ଗିରଫ
ଶିମିଳିପାଳ ବନ୍ୟଜୀବ ଅଭୟାରଣ୍ୟରେ ଅନଧିକୃତ ପ୍ରବେଶ, ଅବୈଧ ଶିକାର ଏବଂ ଅନୁମତିବିହୀନ ଅସ୍ତ୍ର ନେଇ ଚଳାଚଳ କରିବାର ଅଭିଯୋଗରେ ଚାରି ଜଣ ଗିରଫ ହୋଇଛନ୍ତି। ଶିମିଳିପାଳ ଦକ୍ଷିଣ ମଣ୍ଡଳର ଏସଟିପିଏଫ୍ ଏବଂ ପୋଦଡିହ ବନ୍ୟଜୀବ ପରିସର କର୍ମୀଙ୍କ ସହ ବାରିପଦା ମଣ୍ଡଳର ସ୍ଥାନୀୟ କର୍ମଚାରୀଙ୍କ ଯୁଗ୍ମ ଗସ୍ତୁର୍ଦ୍ଦା ବେଳେ ହୁଡିସାହି (ଅଶ୍ଵକୁଟି) ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି।ଅଭିଯୁକ୍ତମାନଙ୍କ ନିକଟରୁ ୪ଟି ଦେଶୀ ତିଆରି ବନ୍ଧୁକ, ବିସ୍ଫୋରକ, ଏବଂ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଛି। ପୋଦଡିହ ବନ୍ୟଜୀବ ପରିସରରେ ବନ୍ୟଜୀବ ସମ୍ବନ୍ଧୀୟ ଅପରାଧ ମାମଲା ରୁଜୁ କରାଯାଇଥିବା ବେଳେ, ଅସ୍ତ୍ର ଆଇନ, ୧୯୫୯ ଉଲ୍ଲଂଘନରେ କାପ୍ତିପଡ଼ା ଥାନାରେ ଆଜି ଏତଲା ଦାଖଲ କରାଯିବ ବୋଲି ପୁଲିସ୍ ସୂତ୍ରରୁ ଜଣାଯାଇଛି।

