ରାଜଧାନୀ ଜଗିବେ ୨ ଡିସିପି
ଭୁବନେଶ୍ବର ସହରାଞ୍ଚଳ ପୁଲିସ(ୟୁପିଡି)କୁ ଦୁଇ ଭାଗରେ ବିଭକ୍ତ କରାଯିବ। ଗଠନ ହେବ ଭୁବନେଶ୍ବର ପୂର୍ବ ଓ ଭୁବନେଶ୍ବର ପଶ୍ଚିମ ୟୁପିଡି। ଏଥିପାଇଁ ଦୁଇ ଜଣ ଡିସିପି ଦାୟିତ୍ବରେ ରହିବେ। ଦିନକୁ ଦିନ ସହରରେ ବଢ଼ୁଥିବା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ସ୍ଥିତି, ଭିଭିଆଇପି ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ଏକ ପରିବର୍ତ୍ତନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି କମିସନରେଟ୍ ପୁଲିସ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପୁଲିସ କମିସନରେଟ୍ରୁ ପୁଲିସ ଡିଜିପିଙ୍କୁ ପ୍ରସ୍ତାବ ଦିଆଯିବା ପରେ କଥା ଆଗକୁ ବଢ଼ିଛି।ଦିନକୁ ଦିନ ସହରରେ ଚୋରି, ଛିନ୍ତାଇ ଠାରୁ ଆରମ୍ଭ କରି ରାହାଜାନୀ, ସାଇବର ଅପରାଧ ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି। ସହରରେ ବଢ଼ୁଥିବା ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ସ୍ଥିତି, ଭିଭିଆଇପି ଗସ୍ତକୁ ଦୃଷ୍ଟିରେ ରଖି ଏଭଳି ଏକ ପରିବର୍ତ୍ତନ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି କମିସନରେଟ୍ ପୁଲିସ।

