ମହାନଗର

ବିଶ୍ବ ଯକ୍ଷ୍ମା ଦିବସ

Spread the love

କୋଭିଡ ପୂର୍ବରୁ ଭୁବନେଶ୍ବରରୁ ବର୍ଷକୁ ପ୍ରାୟ ୨ ହଜାର ଯକ୍ଷ୍ମା ରୋଗୀ ଚିହ୍ନଟ ହେଉଥିଲେ। ଏବେ ବର୍ଷକୁ ଏହି ସଂଖ୍ୟା ୪ ହଜାର ଡେଇଁଲାଣି। ବିଶେଷ କରି ରାଜଧାନୀର ବସ୍ତି ଅଞ୍ଚଳରେ ଏହାର ସଂଖ୍ୟା ବୃଦ୍ଧି ପାଉଥିବା ସର୍ବେକ୍ଷଣ କହୁଛି। ଏହା ବାୟୁ ବାହିତ ‌ରୋଗ ହୋଇଥିବାରୁ ରୋଗୀର କାଶ, ଛିଙ୍କ, କଫରୁ ଏହା ବ୍ୟାପୀଥାଏ। ସଚେତନତା ଅଭାବରୁ ଓ ରୋଗୀଙ୍କ ସମ୍ପର୍କୀୟମ‌ାନେ ଅବଶ୍ୟକୀୟ କଟକଣା ମାନୁ ନଥିବ‌‌ାରୁ ଯକ୍ଷ୍ମ‌ା‌‌ରୋଗ ଏଭଳି ବ୍ୟାପୀବାରେ ଲାଗିଥିବା ଜଣାପଡ଼ିଛି। ଫଳରେ ଯକ୍ଷ୍ମା‌ରୋଗକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ନ୍ୟାସନାଲ୍‌ ଟ୍ୟୁବର୍‌କୁଲେସିସ୍ ଏଲିମିନେସନ ପ୍ରୋଗ୍ରାମର ତଥ୍ୟ ଅନୁସାରେ ୨୦୨୦ ମସିହାରେ ରାଜଧାନୀରୁ ୨୩୫୭ ଜଣ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଥିଲେ। ୨୦୨୧ରେ ୨୯୨୬ ଜଣ, ୨୦୨୨‌ରେ ୩୯୦୪, ୨୦୨୩ରେ ୪୨୪୨ ଓ ୨୦୨୪ରେ ୪୩୬୬ ଜଣ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଛନ୍ତି। ଯକ୍ଷ୍ମାରୋଗ ଜୀବାଣୁ ସହଜରେ ବାୟୁ ଦ୍ବାରା ସଂକ୍ରମିତ ହୋଇପାରେ। ବସ୍ତି ଅଞ୍ଚଳରେ ଛୋଟ ଘରେ ଅଧିକ ଲୋକ ରହିବା ଓ ଖୋଲା ପବନ ମିଳୁ ନଥିବା କାରଣରୁ ଏହା ବ୍ୟାପିବା ସହଜ ହୋଇଥାଏ। ରାଜଧାନୀରେ ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ୩ରୁ ୪ ପ୍ରତିଶତ ରୋଗୀ ମୃତ୍ୟୁ ବରଣ କରୁଛନ୍ତି। ମୃତ୍ୟୁବରଣ କରୁଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *