ମା’ବିରଜାଙ୍କ ଜନ୍ମୋତ୍ସବ ରେ ସାବିତ୍ରୀ ବେଶରେ ଦର୍ଶନ ଦେବେ ମା
ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ଜନ୍ମୋତ୍ସବ ପାଳନ ପାଇଁ ଉତ୍ସବ ମୁଖର ହୋଇଛି ବିରଜା ପୀଠ। ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ୭.୫୭ ମିନିଟ ଦେବୀଙ୍କୁ ସ୍ୱ-ନକ୍ଷତ୍ର ବିହିତ ମହାସ୍ନାନ କରାଯିବ। ସ୍ନାନ ପରେ ଚନ୍ଦନ ବେଶ, ସାବିତ୍ରୀ ବେଶ ଓ ଅଳଙ୍କାର ବେଶ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟ ସରିବା ପରେ ସିଂହାସନ ଉପରେ ଷୋଡ଼ଶୋପଚାର ପୂଜାବିଧି ଆରମ୍ଭ କରାଯିବା ସହ ମାଙ୍କ ସାବିତ୍ରୀ ବେଶ କରାଯିବ। ପରେ ସ୍ୱତନ୍ତ୍ର ନୀତି ଲାଗି କରାଯିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯିବ । ଏହି ଯଜ୍ଞ କାର୍ଯ୍ୟ ସରିବା ପରେ ପୁର୍ଣ୍ଣାହୁତି, ଆରତୀ ଓ ଘଟ ବିସର୍ଜନ କରାଯିବ।

