ଦେଶ ବିଦେଶ

ଜୈନ ନିର୍ବାଣ ମହୋତ୍ସବରେ ଏକ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ

Spread the love

ଉତ୍ତର ପ୍ରଦେଶର ବାଗପତରେ ଥିବା ଜୈନ ନିର୍ବାଣ ମହୋତ୍ସବରେ ମଙ୍ଗଳବାର ଏକ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳା ଓ ଶିଶୁଙ୍କ ସମେତ ୪୦ ଜଣ ଆହତ ହୋଇଛନ୍ତି। ବାଗପତର ବାଗୌରରେ ମହୋତ୍ସବ ବେଳେ ଶହ ଶହ ଶ୍ରଦ୍ଧାଳୁ ଜୈନ ସାଧୁଙ୍କ ଉପସ୍ଥିତିରେ ଭଗବାନ ଆଦିନାଥଙ୍କୁ ଲଡୁ ଅର୍ପଣ କରିବା ପାଇଁ ପହଞ୍ଚିଥିଲେ। ତେବେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ମଞ୍ଚ ଓଜନ ସମ୍ଭାଳି ନ ପାରି ଭୁଶୁଡ଼ି ପଡ଼ିବାରୁ ବହୁ ଲୋକ ଫସି ଯାଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଧିକାରୀମାନେ ବ୍ୟାପକ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପୂର୍ବରୁ ୧୦୮ ଆମ୍ବୁଲାନ୍ସ ଉପସ୍ଥିତ ଥିବାରୁ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା।

Leave a Reply

Your email address will not be published. Required fields are marked *