ଦେଶ ବିଦେଶ

ବିପଦରେ ଟେଲିଗ୍ରାମ୍ !

Spread the love

ବିପଦରେ ଟେଲିଗ୍ରାମ୍ ଆପ୍। ହ୍ୱାଟ୍ସଆପ୍ ସହ କଡ଼ା ଟକ୍କର ଦେଉଥିବା ଏହି ଲୋକପ୍ରିୟ ସର୍ଟ ମେସେଜିଂ ଆପ୍ଲିକେସନ ଏବେ ବିବାଦ ଘେରକୁ ଆସିଛି ଏହା ବିରୋଧରେ ଅନେକ ସଂଗୀନ ଅଭିଯୋଗ ଆସିବା ପରେ। କଣ୍ଟେଣ୍ଟ ମଡରେସନ ଏବଂ ଫ୍ରିସ୍ପିଚ୍ ପ୍ରତି ବିପଦ ଆଶଙ୍କା କରି ଟେଲିଗ୍ରାମ ସିଇଓ ପାଭେଲ୍ ଡୁରୋଭଙ୍କୁ ପ୍ୟାରିସରେ ଗିରଫ କରିଥିଲା ଫ୍ରାନ୍ସ ପୋଲିସ ।ତେବେ ବର୍ତ୍ତମାନ ସେ ଜେଲରୁ ଜାମିନରେ ମୁକୁଳିଥିଲେ ବି ଆଶଙ୍କା ଉପୁଜିଛି ଯେ,

ଆସନ୍ତୁ ଜାଣିବା…
ପ୍ୟାରିସ କୋର୍ଟରେ ଦାଖଲ ଚାର୍ଜସିଟରେ ଦର୍ଶାଯାଇଛି ଯେ, ଟେଲିଗ୍ରାମ୍ ଆପ୍ ଜରିଆରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଏବଂ ଛୋଟ ପିଲାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରାଯାଉଛି। ଡ୍ରଗ୍ ଟ୍ରାଫିକିଂ ପାଇଁ ଏହି ଆପ୍ ସାଜିଛି ନିଶା ମାଫିଆଙ୍କ ହାତବାରିସି । ଅନ୍ୟ ବହୁ ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବାରେ ବିଫଳ ହୋଇଛି ଟେଲିଗ୍ରାମ୍ ଆପ୍ । ମନି ଲଣ୍ଡ୍ରିଂ ଓ ସାଇବର ଠକେଇ ବି ଟେଲିଗ୍ରାମ ଜରିଆରେ ହେଉଥିବା ଅଭିଯୋଗ ରହିଛି ` ସଂଗଠିତ ଅପରାଧୀ ମାନେ ବେଆଇନ ଟଙ୍କା କାରବାର ପାଇଁ ଏହାକୁ ବ୍ୟବହାର କରୁଥିବା ଅଭିଯୋଗ ଆସିଛି ।

ଏସବୁ ପରେ, ପ୍ରଶ୍ନ ଉଠିଛି ସାଧାରଣ ୟୁଜରଙ୍କ ପାଇଁ କେତେ ସୁରକ୍ଷିତ ଟେଲିଗ୍ରାମ୍ ଆପ୍ ? ଟେଲିଗ୍ରାମ୍ ଉପରେ ଲାଗିବ କି ବଡ଼ ପ୍ରତିବନ୍ଧକ ? କାହିଁକି ଏସବୁ ବେଆଇନ କାର୍ଯ୍ୟ ଉପରେ ରୋକ୍ ଲଗାଇପାରିଲାନି ଟେଲିଗ୍ରାମ୍ ? କାହଁକି ଏ ଦିଗରେ ଦୃଢ଼ ପଦକ୍ଷେପ ନେଇନଥିଲେ ଟେଲିଗ୍ରାମ୍ ସିଇଓ ?

ଅନ୍ୟପକ୍ଷରେ ଟେଲିଗ୍ରାମ୍ ପକ୍ଷରୁ କୁହାଯାଇଛି ଯେ, ପାଭେଲ ଡୁରୋଭ କିଛି ଲୁଚାଇ ନାହାନ୍ତି । ଏହି ଆପ୍ ୟୁରୋପୀୟ ଆଇନ ଅନୁସାରେ କାର୍ଯ୍ୟ କରୁଛି। ଆମେ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ ଅନୁସାରେ କାର୍ଯ୍ୟ କରୁଛୁ ଏବଂ ନିରନ୍ତର ନିଜକୁ ଉନ୍ନତ କରୁଛୁ। ପ୍ଲାଟଫର୍ମର ଅପବ୍ୟବହାର ପାଇଁ ଏହି ଆପ୍‌କୁ କିମ୍ବା ଏହାର ମାଲିକଙ୍କୁ ଦାୟୀ କରାଯିବା ଅମୂଳକ ।

ସେହିଭଳି ଟେଲିଗ୍ରାମ ଆପ୍ ଉପରେ ଭାରତରେ ବି ଆରମ୍ଭ ହୋଇଛି ଖୋଳତାଡ଼ । ଭାରତରେ ଏହାର ପ୍ରାୟ ୫୦ ଲକ୍ଷ ୟୁଜର ଥିବା ବେଳେ, ଏଥିରେ ବିଭିନ୍ନ ସମୟରେ ଅନୱାଣ୍ଟେଡ ମେସେଜ ବା ଫ୍ରଡ୍ ମେସେଜ ଆସିବା ନେଇ ହୋଇଛି ଅଭିଯୋଗ । ତେଣୁ ଆପଣଙ୍କ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ । ଏହି ଆପ୍ ଉପରେ କାହାରି ନିୟନ୍ତ୍ରଣ ଅଛି ନା ନାହିଁ ? ଏହି ଆପ୍ ମାଧ୍ୟମରେ ଜୁଆ ଖେଳିବା ସହ ଲୋକଙ୍କୁ ଧମକେଇ ଟଙ୍କା ସଂଗ୍ରହ କରିବା ନେଇ ଅଭିଯୋଗ ରହିଛି। ପୂର୍ବରୁ ଅନେକ ମାମଲା ଟେଲିଗ୍ରାମ ବିରୋଧରେ ରୁଜୁ ହୋଇଛି।

ତେବେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଏବଂ ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ତଦନ୍ତ କରାଯାଉଛି। ଇଣ୍ଡିଆନ ସାଇବର କ୍ରାଇମ କୋର୍ଡିନେସନ ସେଣ୍ଟର ତଦନ୍ତ ଦାୟିତ୍ୱ ନେଇଛି। ବେଆଇନ ଅର୍ଥ କାରବାରରେ ସମ୍ପୃକ୍ତି ଅଛି ନା ନାହିଁ ସେ ଦିଗରେ ତଦନ୍ତ କରାଯାଉଛି।

 

Leave a Reply

Your email address will not be published. Required fields are marked *