ମୁମ୍ବାଇରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ବମ୍ବେ ଓଡ଼ିଆ ମହାସଂଘ ତରଫରୁ ବିପୁଳ ସମ୍ବର୍ଦ୍ଧନା |
ମୁମ୍ବାଇ ଗ୍ରସ୍ତ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ମୁମ୍ବାଇ ଠାରେ ବମ୍ବେ ଓଡ଼ିଆ ମହାସଂଘର ସଭାପତି ଡାକ୍ତର ବିପିନ ବିହାରୀ ମିଶ୍ର ଶ୍ରୀଯୁକ୍ତ ମାଝୀଙ୍କୁ ମୁମ୍ବାଇକୁ ସ୍ୱାଗତ କରିବା ସହ ପ୍ରବାସୀ ଓଡ଼ିଆଙ୍କ ଲାଗି ବିଭିନ୍ନ ପ୍ରସ୍ତାବ ରଖିଥିଲେ | ପ୍ରବାସୀ ଓଡ଼ିଆ ମାନେ ଓଡିଶା ବାହାରେ ଉଚ୍ଚ ପାଦ ପଦବୀରେ ରହି ଓଡିଶା କୁ ଗର୍ବିତ କରାଇଥିବା ଶ୍ରୀ ମାଝୀ କହିଛନ୍ତି | ବିଗତ ଦିନରେ ହୋଇଥିବା ପ୍ରବାସୀ ଭାରତ ସମ୍ମିଳନୀ ଓ ଉତ୍କର୍ଷ ଓଡିଶା ସମ୍ମିଳନୀ ର ପ୍ରସଂଶା କରିଥିଲେ ଡାକ୍ତର ବିପିନ ବିହାରୀ ମିଶ୍ର | ଅନ୍ୟ ମାନଙ୍କ ମଧ୍ୟରେ ବମ୍ବେ ଓଡ଼ିଆ ମହାସଂଘର ବିଜୟ ପାଣିଗ୍ରାହୀ, ସରତ ପାଢ଼ୀ ଉପସ୍ଥିତ ରହି ଶ୍ରୀଯୁକ୍ତ ମାଝୀଙ୍କ ଗ୍ରସ୍ତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି |

