ଜାତୀୟ

‘ସି-ବକ୍ସ’ ପୋର୍ଟାଲର ଶୁଭାରମ୍ଭ I

Spread the love

ନୂଆଦିଲ୍ଲୀ,୩୦/୦୮: ଦେଶରେ କର୍ମଜୀବୀ ମହିଳାଙ୍କ ପାଇଁ ସୁରକ୍ଷିତ ତଥା ସମାବେଶୀ କାର୍ଯ୍ୟସ୍ଥଳୀ ପରିବେଶ ସୃଷ୍ଟି କରିବାରେ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ପୋର୍ଟାଲରେ ମହିଳାଙ୍କ ଅଭିଯୋଗ ସୁରକ୍ଷିତ ଭାବେ ପଞ୍ଜିକରଣ ହୋଇପାରିବ ଏବଂ ସେମାନଙ୍କ ପରିଚୟ ଗୋପନ ରଖାଯାଇପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ପୋର୍ଟାଲର ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ମହିଳାଙ୍କ ପାଇଁ କାର୍ଯ୍ୟସ୍ଥଳୀ ପରିବେଶକୁ ଅଧିକ ସୁରକ୍ଷିତ ତଥା ସମାବେଶୀ କରିବା କ୍ଷେତ୍ରରେ ଏଭଳି ପଦକ୍ଷେପ ନିଆଯାଇଛି କାର୍ଯ୍ୟସ୍ଥଳୀରେ ଯୌନ ନିର୍ଯାତନାର ସମ୍ମୁଖୀନ ହେଉଥିବା ମହିଳାଙ୍କ ଅଭିଯୋଗ ପଞ୍ଜିକରଣ ଓ ତାର ପରିଚାଳନା କରି କର୍ମସ୍ଥଳୀକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂଆ କେନ୍ଦ୍ରୀକୃତ ପୋର୍ଟାଲ ‘ସି-ବକ୍ସ’ ଅଣାଯାଇଛି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ବିଧିବଦ୍ଧ ଭାବେ ଏହି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ।

ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି କି ଏହି ପୋର୍ଟାଲ ଦେଶବ୍ୟାପୀ ଆନ୍ତଃ କମିଟି ଓ ସ୍ଥାନୀୟ କମିଟି ସମ୍ବନ୍ଧିତ ସମସ୍ତ ସୂଚନା ପାଇଁ ଏକ କେନ୍ଦ୍ରୀକୃତ ଭଣ୍ଡାର ଭାବେ କାର୍ଯ୍ୟକରିବ । ଏଥିରେ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାକୁ ସାମିଲ କରାଯିବ । ଏହି ପୋର୍ଟାଲ ମହିଳାଙ୍କ ଅଭିଯୋଗ ପଞ୍ଜିକରଣ କରିବା, ତାର ସ୍ଥିତି ଉପରେ ନଜର ରଖିବା ଏବଂ ଧାର୍ଯ୍ୟ ସମୟ ଭିତରେ ଅଭିଯୋଗର ସମାଧାନ କରିବାକୁ ସୁନିଶ୍ଚିତ କରିବ । ଏଥିରେ ଜଣେ ମନୋନୀତ ନୋଡାଲ ଅଫିସର ମଧ୍ୟ ରହିବେ ।

Leave a Reply

Your email address will not be published. Required fields are marked *