ରାଜ୍ୟ

ଚୋରାମଦ ପାଇଁ ଆଜୀବନ କାରାଦଣ୍ଡ ।

Spread the love

ଚୋରାମଦ ପାଇଁ ଆଜୀବନ କାରାଦଣ୍ଡ ।
ଅବକାରୀ ଆଇନରେ ଖୁବ ଶୀଘ୍ର ସଂଶୋଧନ ହେବ। ଏନେଇ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସଂଶୋଧିତ ଆଇନରେ ଚୋରାମଦ ପାଇଁ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରହିବ ବୋଲି କହିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ। ଚିକିଟି ମଦ ମୃତ୍ୟୁ ପରେ ଆକ୍ସନ ମୋଡରେ ଅବକାରୀ ବିଭାଗ । ସ୍ବତନ୍ତ୍ର ଡ୍ରାଇଭ୍ କ୍ରମେ ବ୍ରହ୍ମପୁର, ବାଲେଶ୍ଵର, ଗଞ୍ଜାମ , କଟକ ଚୌଦ୍ଵାର ଆଦି ଅଞ୍ଚଳରେ ବ୍ୟାପକ ରେଡ୍ କରାଯାଉଛି। ଚୋରା ମଦ ଖାରଖାନା ଉପରେ ବୁଲଡୋଜର ବୁଲୁଛି। ବିପୁଳ ପରିମାଣର ପୋଚ ନଷ୍ଟ କରାଗଲାଣି। କାରବାରରେ ସଂପୃକ୍ତ ବ୍ୟକ୍ତି ଙ୍କୁ ଗିରଫ କରାଯାଉଛି। ଏଥିରେ ବ୍ୟବହୃତ ଗାଡ଼ି ଜବତ ହେଉଛି। ଏଣିକି ଅପରାଧୀଙ୍କୁ ଛଡ଼ା ହେବନି। କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ଚୋରା ମଦ ବନ୍ଦ ନହେବା ଯାଏଁ ଚାଲିବ ଚଢ଼ାଉ ଏନେଇ ଗତ ୨୬ ତାରିଖରେ ସୂଚନା ଦେଇଥିଲେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସରକାର ଦୃଢ଼ ହସ୍ତରେ ଚୋରା ମଦ ନେଟୱର୍କ ବନ୍ଦ କରିବେ ବୋଲି ପୃଥ୍ୱୀରାଜ କହିଥିଲେ । ସେହିପରି ନିର୍ଣ୍ଣାୟକ ସ୍ଥିତି ଯାଏଁ ଚଢ଼ାଉ ଜାରି ରହିବ । ଚିକିଟିରେ ମଦ ମୃତ୍ୟୁ ପରେ ସାରା ରାଜ୍ୟରେ ବେଆଇନ ମଦ କାରବାର ଉପରେ ଚଢ଼ାଉ କରୁଛି ଅବକାରୀ ବିଭାଗ । ବିଭିନ୍ନ ସ୍ଥାନରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଶହ ଶହ ଲିଟର ଦେଶୀ ମଦ ଓ ପୋଚ ନଷ୍ଟ କରାଯାଉଛି ।

Leave a Reply

Your email address will not be published. Required fields are marked *