ରାଜ୍ୟ

ରେଶମ ସହର ବ୍ରହ୍ମପୁର ଏବେ ବେଆଇନ ତଥା ନକଲି ସାମଗ୍ରୀ ପ୍ରସ୍ତୁତିର ହବ୍ ପାଲିଟିଛି

Spread the love

ରେଶମ ସହର ବ୍ରହ୍ମପୁର ଏବେ ବେଆଇନ ତଥା ନକଲି ସାମଗ୍ରୀ ପ୍ରସ୍ତୁତିର ହବ୍ ପାଲିଟିଛି । ଲୋକେ ନିତିଦିନିଆ ବ୍ୟବହାର କରୁଥିବା ସାମଗ୍ରୀର ବିଭିନ୍ନ ନକଲି ବ୍ରାଣ୍ଡ କରି କମ ଦାମରେ ବଜାରରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳୁଛି । ଏପରିକି ଇଞ୍ଜିନ ଅଏଲ, ନଡ଼ିଆ ତେଲ ଓ ମସଲା ଭଳି ସାମଗ୍ରୀର ନକଲି ପ୍ରସ୍ତୁତି ହେଉଥିବା ବେଳେ ପୋଲିସ ଚଢାଉ କରି ଏହି କାରଖାନା ଗୁଡ଼ିକୁ ସିଲ କରିବା ସହ ପ୍ରସ୍ତୁତକାରୀଙ୍କୁ ଗିରଫ କରୁଛି । ଏବେ ବ୍ରହ୍ମପୁର ସହର ନକଲି ଓ ବେଆଇନ ଗୁଟଖା ପ୍ରସ୍ତୁତିର ପେଣ୍ଠସ୍ଥଳି ପାଲଟିଛି ।

ଚଢାଉ ପରେ ବହୁ ଯନ୍ତ୍ରପାତିକୁ ଜବତ କରାଯିବା ସହ, ଗୁଟଖା ତିଆରି ସାମଗ୍ରୀ, ପଲିଥିନ୍, ପ୍ୟାକିଙ୍ଗ୍ ମେସିନ, ମିକ୍ସିଂ ମେସିନ ଓ ସୁଗନ୍ଧ ପାଇଁ ବ୍ୟବହାର କେମିକାଲ ଠାବ କରିଛି ପୋଲିସ । କାରଖାନାରେ ଉତ୍ତର ପ୍ରଦେଶର 20ରୁ ଅଧିକ ଯୁବକ କାମ କରୁଥିଲେ । ତେବେ ଏହି କାରାଖାନାରେ ଦୀର୍ଘ 4 ମାସ ହେଲା କାମ କରୁଥିଲେ ବୋଲି ସେମାନେ କହିଥିବା ବେଳେ କେଉଁଠାରେ ଓ କେଉଁଠି ବିକ୍ରୀ ହେଉଥିଲା ସେମାନେ ଜାଣି ନଥିବା କହିଛନ୍ତି । ଦୁଇ ଦିନ ତଳେ ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅଞ୍ଚଳରେ ଏକ ଘରେ ନକଲି ନଡ଼ିଆ ତେଲ ପ୍ରସ୍ତୁତ ହେଉଥିବା କାରାଖାନାକୁ ଠାବ କରିଥିବା ପୋଲିସ ।ଏହି ଲିଙ୍କରେ ଆଜି ସଦର ଥାନା ଅନ୍ତର୍ଗତ ବାଉଁଶିଆପଲ୍ଲୀରେ ଚାଲିଥିବା ବେଆଇନ ଗୁଟଖା କାରାଖାନା ଚାଲିଥିବା ଖବର ପାଇ ଆଜି ଭୋର 3ଟା ରାତିରେ ସଦର ଥାନା ପୋଲିସ ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ଅତର୍କିତ ଚଢାଉ କରାଯାଇଥିଲା । ଚଢାଉ ବେଳେ ପୋଲିସ ବିପୁଳ ପରିମାଣର ଗୁଟଖା ଓ ଗୁଟଖା ପ୍ରସ୍ତୁତି ସାମଗ୍ରୀ ଠାବ କରିଥିଲା । ଏହି ଗୁଟଖା ବ୍ରହ୍ମପୁର ସହର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବିକ୍ରୀ ପାଇଁ ଚାଲାଣ ହେଉଥିଲା । ଏହା ସହ ଏହି କାରାଖାନାର ଦୁଇଟି ଗୋଦାମ ଗୃହ ଉପରେ ମଧ୍ୟ ଚଢାଉ କରିଥିଲା ।

ବେଆଇନ ଭାବେ ଏହି ଗୁଟଖାରେ ବିଭିନ୍ନ କେମିକାଲ ମିଶାଇ ପ୍ରସ୍ତୁତ ହେଉଥିବା ବେଳେ ଏହାର ସେବନ କ୍ଷତିକାରକ ବୋଲି ଜଣାପଡିଛି । ସେପଟେ କେତେ ଦିନ ଧରି ଏହି ବେଆଇନ ଗୁଟଖା କାରାଖାନା ଚାଲିଥିଲା, କେଉଁ ମାନଙ୍କର ଏଥିରେ ସଂପୃକ୍ତି ରହିଛି ଏହି ଚେର କେଉଁ ଆଡେ ଲମ୍ୱିଛି ସେ ନେଇ ପୋଲିସ ଅଧିକା ତଦନ୍ତ ଜାରୀ ରଖିଛି ।

ଏହା ସହ ଜିଏସଟି ଓ ଅବକାରୀ ବିଭାଗର ସହାୟତା ନେଇଛି ପୋଲିସ ।ସଦର ଥାନା ଅନ୍ତର୍ଗତ ବାଉଁଶିଆପଲ୍ଲୀଠାରେ ଚଢାଉ ହୋଇଥିବା ବେଆଇନ ଗୁଟଖା କାରାଖାନାରେ ପୂର୍ବରୁ ମଧ୍ୟ ବହୁଥର ପୋଲିସ ଚଢାଉ କରି ଏହି ବେଆଇନ ଗୁଟଖା କାରଖାନକୁ ସିଲ କରି ଅନେକଙ୍କୁ ଗିରଫ କରିଛି । କିନ୍ତୁ କିଛି ଦିନ ପରେ ପୁଣି ସେହି ସ୍ଥାନରେ ବେଆଇନ ଭାବେ ଗୁଟଖା ପ୍ରସ୍ତୁତ କରାଯାଉଥିବା କାରଖାନା କାୟା ମେଲାଉଛି । ଏଣୁ ପୋଲିସ ଓ ପ୍ରଶାସନ ସମ୍ପୁର୍ଣ୍ଣ ଭାବେ ଏହି କୋଠାକୁ ସିଲ କରି ବନ୍ଦ କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।

Leave a Reply

Your email address will not be published. Required fields are marked *