ମନୋରଞ୍ଜନ

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବାପା ସଲିମ ଖାନଙ୍କୁ ଧମକ

Spread the love

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବାପା ସଲିମ ଖାନଙ୍କୁ ଧମକ ।ପ୍ରାଥମିକ ରୂପେ କେହି ଜଣେ ପ୍ରାଙ୍କ୍‌ କରିବାକୁ ଚେଷ୍ଟା କରୁଥିବା ପୋଲିସ ଅନୁମାନ କରିଛି । ବର୍ତ୍ତମାନ ମୁମ୍ବାଇର ବାନ୍ଦ୍ରା ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ସଲମାନଙ୍କ ପରେ ଏବେ ତାଙ୍କ ବାପାଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ନାମରେ ମିଳିଛି ଧମକ । ସଲିମ ଖାନ ମର୍ଣ୍ଣିଙ୍ଗ ଓ୍ୱାକ୍‌ରେ ଯାଇଥିବା ବଳେେ ଏହି ଘଟଣା ଘଟିଛି । ବୁର୍ଖା ପିନ୍ଧିଥିବା ଜଣେ ଅଜଣା ମହିଳା ଆସି ତାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।ସଲିମ ଖାନ ପ୍ରତିଦିନ ଭଳି ଗତକାଲି ସକାଳେ ମଧ୍ୟ ମର୍ଣ୍ଣିଙ୍ଗ ଓ୍ୱାକ୍‌ରେ ବାହାରିଥିଲେ । ସକାଳ ପ୍ରାୟ ୮ଟା ୪୫ରେ ସେ ବ୍ୟାଣ୍ଡଷ୍ଟାଣ୍ଡରେ ବୁଲୁଥିଲେ । ଥକ୍କା ଲାଗିବାରୁ ସଲିମ ବେଞ୍ଚ ଉପରେ ବସିଯାଇଥିଲେ । ସେହି ସମୟରେ ଗାଲାକ୍ସି ପାର୍ଶ୍ୱରୁ ବ୍ୟାଣ୍ଡଷ୍ଟାଣ୍ଡ ଆଡକୁ ଜଣେ ବ୍ୟକ୍ତି ସ୍କୁଟରରେ ଆସିଥିଲେ ଏବଂ ତାଙ୍କ ପଛରେ ବୁର୍ଖା ପିନ୍ଧିଥିବା ଜଣେ ମହିଳା ବସିଥିଲେ ।
ବ୍ୟକ୍ତି ଜଣକ ୟୁ-ଟର୍ଣ୍ଣ ନେଇ ସଲିମ ଖାନଙ୍କ ନିକଟରେ ଅଟକିଥିଲେ । ଏହି ସମୟରେ ବୁର୍ଖାଧାରୀ ମହିଳା ତାଙ୍କୁ ଧମକ ଦେଇ କହିଥିଲେ, ‘ଲରେନ୍ସ ବିଷ୍ଣୋଇଙ୍କୁ ପଠାଇବି କି’? ଧମକ ଦେବା ପରେ ସ୍କୁଟର ଆରୋହୀମାନେ ସେଠାରୁ ପଳାଇ ଯାଇଥିଲେ । ଏହାପରେ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା ଏବଂ ସେମାନଙ୍କୁ ଖୋଜି ବାହାର କରିଥିଲା । ଏ ନେଇ ଏକ ମାମଲା ରୁଜୁ କରାଯାଇଛି ।

ପୋଲିସ ସୂଚନା ମୁତାବକ, ବାଇକ୍ ଚଳାଉଥିବା ଜଣେ ଯୁବକ ସଲମାନଙ୍କ ଗାଡ଼ିକୁ ପିଛା କରୁଥିବାର ନଜର ଆସିଥିଲେ । ତାଙ୍କ ଉପରେ ସନ୍ଦେହ ହେବାରୁ ଗାଲାକ୍ସି ନିକଟରେ ତାଙ୍କୁ ଗିରଫ କରାଯାଇଥିଲା । ସେପଟେ ବର୍ତ୍ତମାନ ସଲମାନ ଖାନ ସହର ବାହାରେ ଅଛନ୍ତି ।

ଗତ ରାତିରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ମୁମ୍ବାଇ ବିମାନବନ୍ଦରରେ ସ୍ପଟ୍‌ କରାଯାଇଥିଲା । ନିକଟରେ ସଲମାନଙ୍କ ଘର ବାହାରେ ମଧ୍ୟ ଏକ ଫାୟାରିଂ ମାମଲା ସାମ୍ନାକୁ ଆସିଥିଲା ।

Leave a Reply

Your email address will not be published. Required fields are marked *