ମନୋରଞ୍ଜନ

‘ସାଲାର’ ଟ୍ରିଜର ଆଉଟ୍‌, ଦମ୍‌ଦାର୍‌ ରୋଲ୍‌ରେ ନଜର ଆସିଲେ ରିବେଲ୍‌ ଷ୍ଟାର୍‌ ପ୍ରଭାସ

Spread the love

ଅପେକ୍ଷାର ହେଲା ଅନ୍ତ । ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’ ଟ୍ରିଜର ରିଲିଜ ହୋଇଛି । ଗୁରୁବାର ଦିନ ସକାଳ ୫ ଟା ୧୨ ମିନିଟ୍‌ରେ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍‌ଙ୍କ ଫିଲ୍ମ ସାଲାର ପାର୍ଟ ୧ର ଟ୍ରେଲ୍‌ର ରିଲିଜ୍‌ ହୋଇଛି । ମୁଖ୍ୟ ଭୂମିକାରେ ରିବେଲ୍‌ ଷ୍ଟାର୍‌ ପ୍ରଭାସ, ପୃଥୀରାଜ୍‌ ସୁକୁମରମ୍‌, ଶ୍ରୁତି ହାସନ, ମୀନାକ୍ଷୀ ଚୌଧୁରୀ, ସରନ ଶକ୍ତି, ଜଗପତି ବାବୁ, ଇଶ୍ୱରୀ ରାଓ, ଶ୍ରୀୟା ରେଡିଙ୍କୁ ଦେଖିବାକୁ ମିଳିବ । ତେବେ ଏହି ୧ ମିନିଟ୍‌ ୪୬ ସେକେଣ୍ଡର ଟିଜରରେ ଭରପୁର ଆକ୍ସନ ସହ ଦମ୍‌ଦାର ଡାଇଲଗ୍‌ ଦେଖିବାକୁ ମିଳିଛି । ଟିଜରର ପ୍ରଥମରୁ ଟିନୁ ଆନନ୍ଦ କିଛି ଦମ୍‌ଦାର ଡାଇଲଗ୍‌ କହୁଛନ୍ତି । ଏହାପରେ ରିବେଲ୍‌ ଷ୍ଟାର ପ୍ରଭାସଙ୍କର ଏଣ୍ଟ୍ରି ହେଉଛି । ଯେଉଁଥିରେ ହାତରେ ବନ୍ଧୁକ ଧରି ଆସୁଥିବାକୁ ଦେଖିବାକୁ ମିଳିଛି । ସାଲାରର ଟିଜରରେ ସମସ୍ତଙ୍କୁ କେଜିଏଫ୍‌ର ଛାପ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ୨୦୦ କୋଟିରେ ନିର୍ମାଣ ହୋଇଛି ସାଲାର ଫିଲ୍ମ । ଏହା ଏକ ପ୍ୟାନ୍‌ ଇଣ୍ଡିଆ ମୁଭି । ମୁଖ୍ୟ ଭୂମିକାରେ ପ୍ରଭାସ, ପୃଥୀରାଜ୍‌ ସୁକୁମରମ୍‌, ଶ୍ରୁତି ହାସନ, ମୀନାକ୍ଷୀ ଚୌଧୁରୀ, ସରନ ଶକ୍ତି, ଜଗପତି ବାବୁ, ଇଶ୍ୱରୀ ରାଓ, ଶ୍ରୀୟା ରେଡିଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କେଜିଏଫ୍‌ ଫେମ୍‌ ପ୍ରଶାନ୍ତ ନିଲ୍‌ । ଏହାବାଦ୍‌ ରବି ବାସୁରୀ ଏହାର ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୨୮, ୨୦୨୩ରେ ରିଲିଜ୍‌ ହେବ । ଫିଲ୍ମଟି ତେଲୁଗୁ, କନ୍ନଡ, ମାଲାୟଲମ, ତାମିଲ, ହିନ୍ଦୀ ସମେତ ୫ଟି ଭାଷାରେ ରିଲିଜ୍‌ ହେବ । ପ୍ରଭାସଙ୍କ କ୍ୟାରିୟର ପାଇଁ ଏହି ଫିଲ୍ମଟି ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି । ପୂର୍ବରୁ ବାହୁବଳୀର ସିରିଜ୍‌ର ୨ଟି ଫିଲ୍ମ ପରେ ବାକି ଆଉ କୌଣସି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇନାହିଁ । ସାହୋ, ରାଧେଶ୍ୟାମ୍‌ ବକ୍ସ ଅଫିସ୍‌ରୁ ଫ୍ଲପ୍‌ ସାବ୍ୟସ୍ତ ହୋଇଥିବା ବେଳେ ଆଦିପୁରୁଷ୍‌ ଆଭେରଜ୍ କଲେକ୍ସନ କରିଛି ।

Leave a Reply

Your email address will not be published. Required fields are marked *