ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ
ନିଜ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ସୂଚନା । ଅସାବଧାନତା ବଶତଃ ଗୁଳି ଫୁଟିଥିବା ସୂଚନା । ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା ଜଣାପଡିଛି। ଭୁଲବଶତଃ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ସୂଚନା ଦେଇଛନ୍ତି।
ମ୍ୟାନେଜର ଶଶି ସିହ୍ନାଙ୍କ ସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୪ଟା ୪୫ରେ ଏହି ଘଟଣା ଘଟିଛି। ଗୋବିନ୍ଦା କୋଲକାତା ଯିବାକୁ ପ୍ରସ୍ତୁତ ହେଉଥିଲେ। ତାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭରକୁ ରଖୁଥିବା ବେଳେ ଏହା ତାଙ୍କ ହାତରୁ ଖସି ପଡିଥିଲା। ଆଉ ଗୁଳି ତାଙ୍କ ଗୋଡରେ ବାଜିଥିଲା। ପ୍ରବଳ ରକ୍ତସ୍ରାବ ମଧ୍ୟ ହୋଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିସା। ଡାକ୍ତର ଗୁଳିଟିକୁ କାଢି ଦେଇଛନ୍ତି ଏବଂ ତାଙ୍କ ଅବସ୍ଥା ଭଲ ଅଛି।

