ମନୋରଞ୍ଜନ

ଅପରାଧ ସ୍ବୀକାର କଲା ସୈଫ୍‌ଙ୍କ ଆକ୍ରମଣକାରୀ

Spread the love

ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପଶି  ୬ ଥର ଛୁରା ମାଡ଼ କରିବା ଅଭିଯୋଗରେ ଗିରଫ ହୋଇଥିବା ବ୍ୟକ୍ତି ବାଂଲାଦେଶୀ  ବୋଲି ଜଣାପଡ଼ିଛି।ଛୁରୀ ମାରିବା ଅଭିଯୋଗରେ ଗିରଫ ହୋଇଥିବା ୩୦ ବର୍ଷୀୟ ବାଂଲାଦେଶୀ ନାଗରିକ ନିଜ ଅପରାଧ ସ୍ବୀକାର କରିଛି। ସେ ସ୍ବୀକାର କରି କହିଛି ଯେ ‘ହଁ ମୈନେ କିୟା ହେ (ହଁ ମୁଁ କରିଛି)’। ଆକ୍ରମଣକାରୀର ନାମ ମହମ୍ମଦ ସରିଫୁଲ ଇସଲାମ୍ ଶେହଜାଦ ଏବଂ  କିଛି ମାସ ତଳେ ସେ ଭାରତରେ ପ୍ରବେଶ କରିଥିଲା ଏବଂ ନିଜକୁ ବିଜୟ ଦାସ ବୋଲି ପରିଚୟ ଦେଇ ମୁମ୍ବାଇରେ ରହୁଥିଲା।
ଆଜି ସକାଳେ ଗଣମାଧ୍ୟମକୁ ସୂଚନା ଦେଇ ଡେପୁଟି କମିସନର ଦୀକ୍ଷିତ ଗେଡ଼ାମ କହିଛନ୍ତି ଯେ ସୈଫ୍‌ଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଚୋରି ଉଦ୍ୟମ ଓ ତାଙ୍କୁ ଆକ୍ରମଣ ଘଟଣାରେ  ଅଭିଯୁକ୍ତ ମହମ୍ମଦ  ଶେହଜାଦକୁ ଥାଣେରୁ ଗିରଫ କରାଯାଇଛି।  ଏହି ବାଂଲାଦେଶୀ ଅଭିଯୁକ୍ତ ପାଖରେ କୌଣସି ଭାରତୀୟ ଦସ୍ତାବିଜ ନାହିଁ। ତେବେ ତା’ର ସମସ୍ତ ସାମଗ୍ରୀ ଜବତ କରାଯାଇଛି ଏବଂ  ସେ ବାଂଲାଦେଶର ବୋଲି ସ୍ପଷ୍ଟ ହୋଇଛି।  ପ୍ରାୟ ୪ ମାସ ଧରି ସେ ବିଜୟ ଦାସ ନାମରେ ମୁମ୍ବାଇରେ ରହୁଥିଲା ଏବଂ ଏକ ହାଉସ୍‌ କିପିଂ ଏଜେନ୍ସିରେ କାମ କରୁଥିଲା।

Leave a Reply

Your email address will not be published. Required fields are marked *