ରାଜ୍ୟ

ହାତୀ ଆକ୍ରମଣରେ ପୁଅ ମୃତ

Spread the love

ଖୋର୍ଦ୍ଧା ଜିଲ୍ଲା ନନ୍ଦପୁର ପଞ୍ଚାୟତ ମହତପଲ୍ଲୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ମାଆ ସୁଲୋଚନା ମାର୍ଥା ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଥିଲେ। ପୁଅ ସତ୍ୟ ମାଆଙ୍କୁ ରକ୍ଷା କରିବାକୁ ଯାଇ  ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ସତ୍ୟ ମାର୍ଥାଙ୍କୁ ନିଜ ଶୁଣ୍ଢରେ କଚାଡ଼ି ଦେଇଥିଲା। ଉଭୟଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସତ୍ୟ ମାର୍ଥାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏଣେ ସୁଲୋଚନା ମାର୍ଥା ସେଠାରେ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *