ଆଜି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ୍
ଆଜି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ୍। ଶପଥ ନେବା ପୂର୍ବରୁ ଟ୍ରମ୍ପ୍ କହିଛନ୍ତି ଯେ ‘ତୃତୀୟ ବିଶ୍ବଯୁଦ୍ଧ’କୁ ରୋକିବା ପାଇଁ ସେ ଶପଥ ଗ୍ରହଣ କରିବେ। ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଟ୍ରମ୍ପ୍। ଏହା ତାଙ୍କର ଦ୍ବିତୀୟ ଟର୍ମ। ତେବେ ଗତବର୍ଷ ଦ୍ବିତୀୟ ଥର ପାଇଁ ନିର୍ବାଚନ ଜିଣି ଟ୍ରମ୍ପ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି । କାହିଁକି ନା, ଯେତେବେଳେ ଆମେରିକାର ଏକ ଗୋଷ୍ଠୀ ଟ୍ରମ୍ପଙ୍କୁ ଅପସନ୍ଦ କରୁଥିଲେ ସେତେବେଳେ ଲୋକଙ୍କ ସମର୍ଥନରେ ସେ ପୁଣି ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ।ତେବେ ଗତବର୍ଷ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ୱାଂଟିଶନ ଡିସି ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷାକୁ ବଢାଇଦିଆଯାଇଛି ।ଗକତାଲି ସନ୍ଧ୍ୟାରେ ୱାଶିଂଟନ୍ ଡିସିରେ ଏକ ରାଲିକୁ ସମ୍ବୋଧିତ କରି ସେ ଗତ ବର୍ଷ ନିର୍ବାଚନ ପ୍ରଚାର ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାର ସଙ୍କେତ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି।ତେବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଯୋଗ ଦେବାକୁ ଆମେରିକା ଯାଇଛନ୍ତି ମୁକେଶ ଆଉ ନୀତା ଅମ୍ବାନୀ ।

