ଆଞ୍ଚଳିକ

କାନନେଶ୍ୱର ମନ୍ଦିର, ପଟିଆରେ ବନ୍ଧୁମିଳ

Spread the love

ଆଜି ବଡମ୍ବା ଶଙ୍ଖାମେରୀ, କନ୍ତପଡ଼ା ଓ ମଙ୍ଗରାଜ ପୁର ଗ୍ରାମର ଭୁବନେଶ୍ୱର, କଟକରେ ରହୁଥିବା ନାଗରିକମାନେ ପଟିଆସ୍ଥ କାନନେଶ୍ୱର ମନ୍ଦିରରେ ଏକାଠି ହୋଇ ଭାବ ବିନିମୟ କରିଥିଲେ | ନିରଞ୍ଜନ ମିଶ୍ର ଓ ପ୍ରମୋଦିନୀ ଦେଵୀଙ୍କ ଏ ଉଦ୍ୟମକୁ କାର୍ଯ୍ୟନ୍ୱୟନ କରିବାରେ ସନ୍ତୋଷ ପଟ୍ଟନାୟକ, କୃପାନିଧି ବିଶ୍ୱାଳ, ନାରାୟଣ କର, ମାଧବ ମହାପାତ୍ର ଆଗେଇଆସିଥିଲେ |”ଶଙ୍ଖାମେରୀ ଗ୍ରୁପ ”ନାମରେ ଗଠିତ ଏହି ସଂଗଠନ ନିରପେକ୍ଷ ଭାବେ ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରିବ ବୋଲି ପ୍ରସ୍ତାବ ଗୃହୀତ ହେଲା |ଓଡ଼ିଆ ସାହିତ୍ୟ, ସଂସ୍କୃତି ପ୍ରଚାର ପ୍ରସାର ଦିଗରେ ଏହି ସଂସ୍ଥା କାର୍ଯ୍ୟକ୍ରମ କରିବା ସହିତ ଆଗାମୀ ତିନି ମାସ ଭିତରେ ଆଉ ଏକ ବନ୍ଧୁ ମିଳନ କରାଯାଇ ନିର୍ଦିଷ୍ଟ କାର୍ଯ୍ୟକ୍ରମ ଉପରେ ନିଷ୍ପତ୍ତି କରାଯିବା ପ୍ରସ୍ତାବ ଗ୍ରହଣ କରାଗଲା |ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଏକ କମିଟି ଗଠିତ କରାଗଲା |ଏହାର ସଦସ୍ୟ ଭାବେ ଯୁବ ପ୍ରତିଭାଙ୍କୁ ମନୋନୀତ କରାଗଲା |ସେମାନେ ହେଲେ ସଚିକାନ୍ତ ଦାଶ, ରାକେଶ ସ୍ୱାଇଁ, ହରିହର ମହାନ୍ତି,ଦୀପକ ରାଉତ, ବିଜୟ କୁମାର ନନ୍ଦ,ସନ୍ତୋଷ ବାରିକ |

ଏମାନଙ୍କୁ ପ୍ରେରଣା ଓ ଦିଗ ଦର୍ଶନ ଦେବାକୁ ନିରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଏକ ପରାମର୍ଶ ଦାତା କମିଟି ଗଠିତ ହେଲା |କମିଟିର ଅନ୍ୟ ସଦସ୍ୟ ମାନେ ହେଲେ ସନ୍ତୋଷ ପଟ୍ଟନାୟକ, ନାରାୟଣ କର, କୃପାନିଧି ବିଶ୍ୱାଳ,ଶ୍ରୀକାନ୍ତ ଦାଶ, ପ୍ରସନ କୁମାର ମିଶ୍ର, ମାଧବ ଚନ୍ଦ୍ର ମହାପାତ୍ର ଓ ଶୁକଦେବ ବିଶ୍ୱାଳ |ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସଦସ୍ୟ ମାନେ ଥିଲେ ସତ୍ୟମଞ୍ଜରୀ ଦେବି, ଅନ୍ନପୂର୍ଣ୍ଣା ନନ୍ଦ, ପ୍ରଭାତୀ ନନ୍ଦ, ସୁଦର୍ଶନ ସାହୁ, ପୂର୍ଣ୍ଣଚନ୍ଦ୍ରଷଡ଼ଙ୍ଗୀ, ପ୍ରମୋଦ ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ,ଦେବରାଜ ବରାଳ, କୁନି ନନ୍ଦ,ନିରଞ୍ଜନ ମିଶ୍ର (ବାବୁ ),ପ୍ରଭାସିନୀ ପଣ୍ଡା,ଦମୟନ୍ତୀ ନନ୍ଦ,, ସୌଦାମିନୀ ପଣ୍ଡା,ଗୋପୀନାଥ ସେଠୀ , ଗୀତାଞ୍ଜଳି ବିଶ୍ୱାଳ, ଶେଫାଳି କର,କୃଷ୍ଣପ୍ରିୟା ମିଶ୍ର,ଜୟକୃଷ୍ଣ ମହାନ୍ତି, ଉଦୟନାଥ ବେହେରା, ଗୋଲଖ ମଲିକ |ପ୍ରାୟ ଶତାଧିକ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭାବ ବିନିମୟ କରିଥିଲେ ଓ ଏଭଳି ଏକ ସଂଗଠନର ଆବଶ୍ୟକତାକୁ ସମସ୍ତେ ଅନୁଭବ କରିବା ସହିତ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ |

Leave a Reply

Your email address will not be published. Required fields are marked *