ରାଜଧାନୀରେ ସିରିଜ୍ ଦୁର୍ଘଟଣା
ରାଜଧାନୀର ପଳାସୁଣୀ ଛକରେ ଆଜି ସକାଳେ ସିରିଜ୍ ଦୁର୍ଘଟଣା ଘଟିଛି। ଏଠାରେ ଘରୋଇ ବସ୍ କୁ ଟ୍ରକ୍ ଧକ୍କା ଦେବା ପରେ ବସ୍ ଏକ ଅଟୋ ଓ ଏନଏଚଏଆଇର ପିକଅପ୍ ଭ୍ୟାନକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ୩ ଯାତ୍ରୀ ଆହତ ହୋଇଥିଲେ। ଏହାଛଡ଼ା ଏଥିରେ ଜଣେ ବୃଦ୍ଧ ଗୁରୁତର ହୋଇଥିଲେ। ଅଟୋ ଚାଳକ ମଧ୍ୟ ଆହତ ହୋଇଥିଲେ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବୃଦ୍ଧଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାଯାଇଛି
