ସୁନା ବଜାରରେ ଧନ୍ତେରସ୍ ଉତ୍ସାହ
ଧନ୍ତେରସ୍ରେ ବହୁତ ଭଲ ବେପାର ହେବ ବୋଲି ଗହଣା ବ୍ୟବସାୟୀମାନେ ଆଶା ପ୍ରକଟ କରିଛନ୍ତି। ଧନ୍ତେରସ୍ରେ ସୁନା ଓ ଧାତବ ପଦାର୍ଥ କିଣିଲେ ଘରର ସମୃଦ୍ଧି ବଢ଼ିଥାଏ ବୋଲି ରହିଥିବା ବିଶ୍ବାସକୁ ଆଧାର କରି ଗହଣା ପ୍ରତିଷ୍ଠାନଗୁଡ଼ିକ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି। ଗଢ଼ା ମଜୁରିରେ ରିହାତି, ସୁନାର ଗ୍ରାମ ପିଛା ଫ୍ଲାଟ୍ ରିହାତି, ପୁରୁଣା ସୁନା ବଦଳରେ ନୂଆ ଗହଣା ନେବା, କ୍ୟାସ୍ବ୍ୟାକ୍, ଗିଫ୍ଟ ଭାଉଚର୍ ଭଳି ଅଫର ଘୋଷଣା ହୋଇଛି ଯାହା ଗ୍ରାହକମାନଙ୍କୁ ସୋ’ରୁମ୍କୁ ଟାଣୁଛି। କର୍ପୋରେଟ୍ ସଂସ୍ଥାଗୁଡ଼ିକ ବିପୁଳ ପରିମାଣର ଉପହାର ସାମଗ୍ରୀ ମଧ୍ୟ କିଣୁଛନ୍ତି।
