ବ୍ରହ୍ମପୁରରେ ନକଲି ନୋଟ୍ କାରବାର
ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କୁ ୧୯ଲକ୍ଷ ଟଙ୍କାର ନକଲି ନୋଟ୍ ଦେଇ ଠକେଇ ଉଦ୍ୟମ ହୋଇଛି। ନକଲି ନୋଟ୍ ଦେଇ ଅସଲି ୧୯ଲକ୍ଷ ଧରି ଚମ୍ପଟ ମାରୁଥିବା ବେଳେ ବୈଦ୍ୟନାଥପୁର ଥାନା ପୁଲିସ ଅଭିଯୁକ୍ତମାନଙ୍କୁ କାବୁ କରିଛି। ଏହି ନକଲି ନୋଟ୍ କାରବାରରେ ସଂପୃକ୍ତ କଟକର ଅଜୟ ମହାପାତ୍ର ଓ ଶିବଶଙ୍କର ପାତ୍ରଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ଏହି ନକଲି ନୋଟ୍ କାରବାରର ଅଧିକ ତଦନ୍ତ ପାଇଁ ଏକ ପୁଲିସ ଟିମ୍ ସହର ବାହାରକୁ ଯିବ ବୋଲି ସୂଚନା ମିଳିଛି।
