ରାଶିଫଳ

ଆଜିର ରାଶିଫଳ

Spread the love

ମେଷ :  ପାରିବାରିକ କ୍ଷେତ୍ରରେ କୌଣସି ଦୃଢ ପଦକ୍ଷେପ ନେଲେ ଝମେଲା ଅଧିକ ବଢି ଯାଇପାରେ । ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସଫଳତା ହାସଲର ଆଶା ରହିଛି ।

ବୃଷ : ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ ଅଭିଯୋଗ ଆଣିପାରନ୍ତି । କୌଣସି ବିବାଦୀୟ ଘଟଣାରେ ବନ୍ଧୁଙ୍କ ହସ୍ତକ୍ଷେପ ଦ୍ୱାରା ଆଶଙ୍କା ଦୂର ହୋଇଯିବ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହାକି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବ ।

ମିଥୁନ : ଆଜି କୌଣସି କାରଣରୁ କାମରେ ଅଗ୍ରଗତି ହୋଇପାରିବ ନାହିଁ । ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ କରିବେ । କଳ କାରଖାନା କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ ।

କର୍କଟ : ନୂତନ କର୍ମାରମ୍ଭ କରିବା ସାଙ୍ଗକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଉନ୍ନତି କରିବେ । ବନ୍ଧୁଙ୍କ ନିକଟରୁ ଯେତିକି ପାଉଛନ୍ତି ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ । ସମ୍ପର୍କୀୟଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ ।

ସିଂହ : ଆଜି ଯାହା ଓ ଯେମିତି ଚାହୁଁଛନ୍ତି ସେମିତି କାମ କରନ୍ତୁ କିନ୍ତୁ ବିବାଦରୁ ଦୂରେଇ ରହନ୍ତୁ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଦୀର୍ଘ ଦିନରୁ ପ୍ରଶାସନିକ ସ୍ତରରେ ରହିଥିବା ସମସ୍ୟାର ସମଧାନ ହୋଇଯିବ ।

କନ୍ୟା : ପରିବାରର ବିଭିନ୍ନ ସମସ୍ୟା ବିଷୟ ଚିନ୍ତାକରି ମାନସିକ ବଢିବା । ସହକର୍ମୀଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । କଳା, ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ଆଦୃତ ହେବେ ।

ତୁଳା : ଆର୍ଥିକ ସମସ୍ୟା ମଧ୍ୟରେ ପିଲାଙ୍କ କୌଣସି ଅଭିଯୋଗକୁ ନେଇ ମନ ଅସ୍ଥିର ରହିବ । ପର କଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ, ଯାହାକି ସମସ୍ୟାକୁ ବୃଦ୍ଧି କରିପାରେ । ସରକାରୀ ଆଦେଶ ପ୍ରାପ୍ତ ହୋଇ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯାଇପାରନ୍ତି ।

ବିଛା : ଆଜି ସକାଳୁ କୌଣସି ଶୁଭ ଖବର ପାଇ ମନ ଖୁସି ହୋଇଯିବ । ଯାତ୍ରା ସମୟରେ ପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିବା ହେତୁ ବିରକ୍ତ ହେବେ । ଦୀର୍ଘଦିନର ଇଚ୍ଛୁକ ଜିନିଷଟି ଆଜି ପାଇ ଖୁସି ହେବେ ।

ଧନୁ : ବନ୍ଧୁଙ୍କ ନିକଟରୁ ପ୍ରାପ୍ତି ଆଶା ନିରର୍ଥକ ହେବ ନାହିଁ କିନ୍ତୁ ସହଜରେ ପାଇବା କାଠିକର ପାଠ ହେବ । ନିଜ ପରିସରରେ ବିବାଦୀୟ ଘଟଣା ଭିନ୍ନ ଆକାର ଧାରଣ କରିବ, ଏଣୁ ସତର୍କ ରହିବା ଭଲ । କଠୋର ପରିଶ୍ରମ କାରଣରୁ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି ।

ମକର : କୌଣସି ବନ୍ଧୁଙ୍କ ସାହାଯ୍ୟରୁ ଯାନବାହନ,ନୂତନ ଜିନିଷ କିଣିପାରନ୍ତି । ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ମନ ହାଲୁକା ହୋଇଯିବ । ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ଠାକ୍‌ ହୋଇଯିବ ।

କୁମ୍ଭ : ବିଭିନ୍ନ ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । କିଛି ଗୁପ୍ତକଥା, କଳାଧନ, କଚେରି ମାମଲା, ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନାରେ ଟେନ୍‌ସନ ବଢ଼ିବ । ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ଚେଷ୍ଟା କରିପାରନ୍ତି ।

ମୀନ : ମୂଲ୍ୟହୀନ କଥାରେ ବିତର୍କ କରି ପରିବାରରେ କଳହ ଲାଗିପାରେ । ଖର୍ଚ୍ଚାନ୍ତ ହୁଅନ୍ତୁ ପଛେ କୌଣସି କାମ ଅଟକିବ ନାହିଁ । ମାଲିମକଦ୍ଦମା, ନିର୍ମାଣ, ପରିବହନ, ପ୍ରଶାସନିକ କ୍ଷେତ୍ର, ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ ।

Leave a Reply

Your email address will not be published. Required fields are marked *