ଆଜିର ରାଶିଫଳ
ମେଷ : ଘର ସକାଶେ, ଜମିଜମା କ୍ରୟ ହେତୁକ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ । କ୍ରୀଡ଼ା, ସଙ୍ଗୀତ, କଳା କିମ୍ବା ସାହିତ୍ୟ ଚର୍ଚ୍ଚାଦିରେ ସଫଳତା ପାଇପାରିବେ । ଆକସ୍ମିକ ଭାବରେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହୋଇପାରେ ।
ବୃଷ : ଆଜି କର୍ମକ୍ଷେତ୍ରରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି । ମନରେ ଅସ୍ଥିରତା ଲାଗି ରହିବା କାରଣରୁ ଅନ୍ୟମାନଙ୍କ କଥାଗୁଡ଼ିକ ଠିକ୍ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ । ଭୁଲ୍ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗି ରହିବ ।
ମିଥୁନ : ଆଜି ଆଶା ଓ ଅଭିଳାଷ ପୂରଣ ହେବ । ଦୀର୍ଘ୍ରଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ଖୁସି ହେବେ । ଶିଳ୍ପ, ସାମ୍ବାଦିକତା, ପରିବହନ, ବାଣିଜ୍ୟରେ ଲାଭ ଆଶାନୁରୂପ ପାଇପାରିବେ । ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ ।
କର୍କଟ : ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ମତ ବଦଳାଇ ଅସହଯୋଗ କରିପାରନ୍ତି । ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ । କଳା, ସାହିତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକରେ ଉପଯୁକ୍ତ ଭାବେ ଫଳ ପାଇପାରିବେ ।
ସିଂହ : ଆର୍ଥିକ ଉନ୍ନତି, କାର୍ଯ୍ୟସିଦ୍ଧିଜନିତ ଉତ୍ଫୁଲ୍ଲିତ ରହିବେ । ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍ ବୁଝାମଣା ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯାଇପାରେ । ଆଜି କିଛି ନୂଆ କାମ ଆରମ୍ଭ କରିବେ ।
କନ୍ୟା : ଆଜି ପରିବାର ସହିତ ଖୁସିର ସମୟ ବିତାଇବେ । ଆଜି ବନ୍ଧୁଙ୍କ ସହାୟତାରେ ବିଭିନ୍ନ ସୂତ୍ରରୁ ଅର୍ଥଲାଭର ଯୋଗ ରହିଛି । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂଆ ପଦକ୍ଷେପ ଗ୍ରହଣ କରିପାରନ୍ତି ।
ତୁଳା : ନୂଆ କାମ ପାଇଁ ମନ ଖୁସି ରହିବ । ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ଅବଶ୍ୟ ହେବେ । ଲେଖା ପଢ଼ାରୁ, କଳା, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ ।
ବିଛା : କୌଣସି କଥାକୁ ନେଇ ଖୁସିରେ ରହିବେ । ଖଳ ଲୋକଙ୍କ ଦ୍ୱାରା କର୍ମକ୍ଷେତ୍ରରେ ଗୁଜବ ପ୍ରଚାର ମନକୁ ଭାରାକ୍ରାନ୍ତ କରିବ । ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇପାରନ୍ତି ।
ଧନୁ : କର୍ମସ୍ଥାନରେ ଅବସ୍ଥାନ କରିଥିବାରୁ ଅଭିଳଷିତ ଫଳ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ମନରେ ଭାବାନ୍ତର ସୃଷ୍ଟି କରିବ । ସ୍ବାସ୍ଥ୍ୟ ବିଗିଡ଼ିପାରେ କିନ୍ତୁ ବିଶେଷ ଅସୁବିଧା ହେବନାହିଁ । ଟେନସନ୍ ଲାଗି ରହିପାରେ ।
ମକର : ସ୍ବାସ୍ଥ୍ୟ ଓ କର୍ମହାନି ସଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣନିଃଶ୍ୱାସୀ ହୋଇପାରନ୍ତି । ବନ୍ଧୁଙ୍କ ପ୍ରେରଣାରେ ନୂତନ କାମର ପରିକଳ୍ପନା କରିବେ । ଖର୍ଚ୍ଚଭାର ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ପାରିବାରିକ ସମସ୍ୟା ସୁଧାରି ନେବାରେ ବନ୍ଧୁ ସାହାଯ୍ୟ କରିବେ ।
କୁମ୍ଭ : ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଏକାଧାରେ ଅର୍ଥ, ସମ୍ମାନ ବିଭିନ୍ନ କ୍ଷେତ୍ରରୁ ଲାଭ କରିବାର ସୁଯୋଗ ପାଇବେ । ବନ୍ଧୁ ମିଳନ ସଙ୍ଗକୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନାଦି ମଧ୍ୟ ଭଲରେ ଚାଲିବ ।
ମୀନ : ଆଜି ପ୍ରତ୍ୟେକ ଦିଗରୁ ଦିନଟି ଭଲରେ ଅତିବାହିତ ହେବ । ପିଲାଙ୍କର କିଛି ସମସ୍ୟା ଓ ପରିବାରରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ ।

