କ୍ରୀଡା

ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବ୍ୟାଟମିଣ୍ଟନ ଷ୍ଟାର ପିଭି ସିନ୍ଧୁ

Spread the love

ଭାରତର  ବ୍ୟାଟମିଣ୍ଟନ ଷ୍ଟାର ଖେଳାଳି ପିଭି ସିନ୍ଧୁ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ୨୨ ଡିସେମ୍ବର ୨୦୨୪ରେ ରାଜସ୍ଥାନର ଲେକ୍ ସିଟି ଉଦୟପୁରରେ ବିବାହ କରିବେ ସିନ୍ଧୁ । ସିନ୍ଧୁ ହାଇଦ୍ରାବାଦରେ ରହୁଥିବା ଭେଙ୍କଟ ଦତ୍ତା ସାଇଙ୍କୁ ବିବାହ କରିବେ । ସେ ପୋସାଇଡେକ୍ସ ଟେକ୍ନୋଲୋଜିରେ ବିଜନେସ୍ ଏଗଜିକ୍ୟୁଟିଭ ରହିଛନ୍ତି । ରବିବାର ଦିନ ସିନ୍ଧୁ ସୟଦ ମୋଦି ଇଣ୍ଟରନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ଜିତି ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ଆଉ  ଏବେ ବିବାହ ଖବର ପାଇବା ପରେ ଫ୍ୟାନ୍ସ ବେଶି ଖୁସି ହୋଇଯାଇଛନ୍ତି ।  ତେବେ ସିନ୍ଧୁଙ୍କ ବିବାହ ବିଷୟରେ ସିନ୍ଧୁଙ୍କ ବାପା ପିଭି ରମନା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *