କ୍ରୀଡା

୨୦୩୬ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଆଇଓସିକୁ ପଠାଇଲା ଆଗ୍ରହ ପତ୍ର

Spread the love

୨୦୩୬ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ ପାଇଁ ଆନ୍ତର୍ଜାତିକ ଅଲିମ୍ପିକ୍‌ ସମିତି (ଆଇଓସି) ନିକଟରେ ଭାରତ ଆଗ୍ରହପତ୍ର ଉପସ୍ଥାପନ କରିଛି। ଆଇଓସି ସହିତ ଅନୌପଚାରିକ ଭା‌ବେ ଅଲିମ୍ପିକ୍ସ ଆୟୋଜନ ପାଇଁ ଆଲୋଚନା କରିବାର କିଛି ମାସ ପରେ ଭାରତ ବିଧିବଦ୍ଧ ଆଗ୍ରହପତ୍ର ଉପସ୍ଥାପନ କରିଛି। ଅକ୍ଟୋବର ୧ ତାରିଖରେ ଏହି ‌ଆବେଦନ ସମ୍ବଳିତ ‘ଆଗ୍ରହ ପତ୍ର’କୁ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ଦାଖଲ କରିଛି। ଅଲିମ୍ପିକ୍ସ ଆୟୋଜନ ସୁଯୋଗ ମିଳିଲେ, ଏହା ଭାରତ ପାଇଁ ଅନେକ ସୁଫଳ ଆଣିଦେବ। ଦେଶବ୍ୟାପୀ ଅର୍ଥନୈତିକ ଅଭିବୃଦ୍ଧି ହେବା ସହିତ ସାମାଜିକ ପ୍ରଗତି ଓ ଯୁବ ସଶକ୍ତୀକରଣ ହେବ ବୋଲି କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *