କ୍ରୀଡା

ଜାତୀୟ ସ୍ପୋର୍ଟସ କ୍ଲାଇମ୍ବିଂରେ ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ସାହିଲ କୁମାର ଦାସ

Spread the love

ବେଙ୍ଗାଲୁରୁଠାରେ ରବିବାର ଶେଷ ହୋଇଥିବା ୨୮ତମ ଜାତୀୟ ସ୍ପୋର୍ଟସ କ୍ଲାଇମ୍ବିଂ ପ୍ରତିଯୋଗିତାରେ ସାହିଲ ଉପକନିଷ୍ଠ ବର୍ଗର ସ୍ପିଡ୍ କ୍ଲାଇମ୍ବିଂରେ ରୌପ୍ୟ ପଦକ ଜିତି ଓଡ଼ିଶା କ୍ରୀଡ଼ାରେ ବିରଳ ସଫଳତା ଅର୍ଜନ କରିଛନ୍ତି। ଓଡ଼ିଶା ପାଇଁ ଏହା ପ୍ରଥମ ଜାତୀୟ ପଦକ। ଟିଏସ୍‌ଏଏଫ୍‌ ସ୍ପୋର୍ଟସ କ୍ଲାଇମ୍ବିଂ ଏଚ୍‌ପିସିର ଅନ୍ତେବାସୀ ସାହିଲ ପ୍ରଶିକ୍ଷକ ଚିନ୍ମୟ ମହାରଣାଙ୍କଦ୍ବାରା ପ୍ରଶିକ୍ଷଣ ପାଇ ଆଗକୁ ବଢ଼ିଛନ୍ତି। ଜୋନାଲ୍‌ ଓ ଜାତୀୟ ପଦାର୍ପଣରେ ଏବେ ଓଡ଼ିଆ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଏହି ଖେଳ ପ୍ରତି ଆକର୍ଷଣକୁ ବଢ଼ାଇଛି।

Leave a Reply

Your email address will not be published. Required fields are marked *