କ୍ରୀଡା

ଖେଲୋ ଇଣ୍ଡିଆ ମହିଳା ଜାତୀୟ ଭାରୋତ୍ତୋଳନ

Spread the love

ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍‌ଠାରେ ଖେଲୋ ଇଣ୍ଡିଆ ଜାତୀୟ ମହିଳା ଭ‌ାରୋତ୍ତୋଳନ ପ୍ରତିଯୋଗିତା ହୋଇଛି | ଏହି ପ୍ରତିଯୋଗିତାରେ ୨୬ଟି ରାଜ୍ୟର ବହୁ ସୁନାମଧନ୍ୟ ଖେଳାଳିଙ୍କ ସହ ଅନ୍ତଃରାଷ୍ଟ୍ରୀୟ ଖେଳାଳି ଅଂଶ ଗ୍ରହଣ କରିଛନ୍ତି।ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ସହ ୨ ପଦକ ମିଳିଛି। ଜ୍ୟୋତ୍ସ୍ନା ଶବର ସ୍ବର୍ଣ୍ଣ ଜିତିଥିଲା ‌ବେଳେ ତୁଳସୀ ଶବର ରୌପ୍ୟ ପାଇଛନ୍ତି। ଜ୍ୟୋତ୍ସ୍ନା ୪୦ କେଜି ଯୁବ ବର୍ଗରେ ମୋଟ ୧୧୮ କେଜି ଭାର ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ୪୫ କେଜି ଯୁବ ବର୍ଗରେ ତୁଳସୀ ଶବର ଦ୍ବିତୀୟ ସ୍ଥାନରେ ରହିଥିଲେ।ଉଦ୍‌ଘାଟନୀ ଉତ୍ସବରେ ଜାତୀୟ ଭାରୋତ୍ତୋଳନ ମହାସଂଘର ସଭାପତି ସହଦେବ ଯାଦବ, ମହାସଚିବ ଏସ୍‌ଏଚ୍‌ ଆନନ୍ଦେ ଗୌଡ଼, ଉତ୍ତରପ୍ରଦେଶ ଭାରୋତ୍ତୋଳନ ସଂଘ ସଭାପତି ସବିନା ଯାଦବ, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ‌ଭୋଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସନ୍ତୋଷ କୁମାର ସାହୁ, ରାଜ୍ୟ ଭାରୋତ୍ତୋଳନ ସଂଘର ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ, ସାଧାରଣ ସଂପାଦକ କେ. ରବି କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *