ଆଉ ୪୦ ଦିନ ପରେ ମାଟ୍ରିକ୍ ପରୀକ୍ଷା
୨୦୨୫ ମାଟ୍ରିକ ପରୀକ୍ଷାରେ ରାଜଧାନୀର ସରକାରୀ ବିଦ୍ୟାଳୟରେ କେହି ଫେଲ୍ ହେବେ ନାହିଁ। ସମସ୍ତ ପରୀକ୍ଷାର୍ଥୀ କିଭଳି ପାସ୍ କରିବେ ସେଥିପାଇଁ ଆରମ୍ଭ ହୋଇଛି ‘ସୁନିଶ୍ଚିତ’। ଭୁବନେଶ୍ବର ମହାନଗର ନିଗମ, ଭୁବନେଶ୍ବର ବ୍ଲକ୍ ସମେତ ଖୋର୍ଦ୍ଧା ଜିଲ୍ଲାରେ ଏହି ଅଭିଯାନକୁ ସଫଳ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ମାଟ୍ରିକ ପରୀକ୍ଷାକୁ ଆଉ ମାତ୍ର ୪୦ ଦିନ ବାକି ଥିବାରୁ ସହରରେ ଫେଲ୍ ସଂଖ୍ୟାରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଅଣ୍ଟା ଭିଡ଼ିଛନ୍ତି ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ। ବିଦ୍ୟାଳୟର ସମସ୍ତ ପିଲା ପାସ୍ କରିବେ ଏବଂ ୫% ପରୀକ୍ଷାର୍ଥୀ ଯେପରି ‘ଏ-୧’ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହେବେ ତାହାକୁ ପ୍ରାଥମିକତା ଦିଆଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଏନେଇ ଆଲୋଚନା ହୋଇସାରିଥିବା ବେଳେ ଏବେ ପିଲାଙ୍କ ଉପରେ ଫୋକସ୍ କରାଯାଇଛି।

