ରାଜ୍ୟ

ଆମ୍ବଗଛକୁ ଧକ୍କା ଦେଇ ୨ ମୃତ ଓ ଜଣେ ଗୁରୁତର

Spread the love

ଗୋପରୁ କୋଣାର୍କ ମୁଖ୍ୟ ରାସ୍ତା ଜୁଣେଇ ନିକଟରେ ବିଳମ୍ବିତ ରାତ୍ରିରେ ଦ୍ରୁତଗାମୀ ସ୍ବିପ୍ଟ୍ କାର୍ ଜୁଣେଇ ବଜାର ନିକଟରେ ଥିବା ଏକ ଆମ୍ବ ଗଛକୁ ଭାରସାମ୍ୟ ହରାଇ ସିଧା ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋମା ଫୁଟିଲା ପରି ଶବ୍ଦ ହେବାରୁ ସ୍ଥାନୀୟ ଲୋକେ ଉଠିପଡି ଦୌଡ଼ି ଘଟଣା ସ୍ଥଳରେ ପହଞ୍ଚିଥିଲେ।ପରେ ସ୍ଥାନୀୟ ଲୋକେ କୋଣାର୍କ ଅଗ୍ନିଶମ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ। ଖବର ପାଇ କୋଣାର୍କ ପୁଲିସ ସହ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗ୍ୟାସ କଟର ସାହାଯ୍ୟରେ କାରକୁ ଅଗ୍ନିଶମ କର୍ମଚାରୀ ପ୍ରଥମେ କାଟି କାର ମଧ୍ୟରୁ ତିନିଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ଗୋପ ଡାକ୍ତରଖାନାକୁ ନେବାବେଳେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଗୁରୁତରଙ୍କୁ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *