ଧାମରାରେ ଅବତରଣ କଲା ପ୍ରଥମ ବିମାନ
ଧାମରାରେ ଆଜି ପ୍ରଥମ ବିମାନ ଅବତରଣ କରିଛି। ଆଗାମୀ ଦିନରେ ଶିଳ୍ପ ବିକାଶରେ ଏହା ସହାୟକ ହେବ ବୋଲି କୁହାଯାଉଛି। ଜିଲ୍ଲାର ବାସୁଦେବପୁର ବ୍ଲକ୍ର ବାଲିମୁଣ୍ଡାଠାରେ ଏହି ବିମାନବନ୍ଦର ରହିଛି। ଆଜି ପୂର୍ବାହ୍ଣ ୧୦ଟା ୨୦ ମିନିଟ୍ ସମୟରେ ଅହମଦାବାଦରୁ ଆସିଥିବା ୭ସିଟ୍ ବିଶିଷ୍ଟ ଟୁ-ବି ବିମାନ ଏଠାରେ ପରୀକ୍ଷାମୂଳକ ଭାବେ ଅବତରଣ କରିଥିଲା। ପ୍ରଥମେ ଆଦାନୀ କମ୍ପାନିର ଉପସଭାପତି ମହେନ୍ଦ୍ର ମେକୱାନ୍ ବିମାନବନ୍ଦରରେ ପାଦ ରଖିଥିଲେ। ସେଠାରେ ଧାମରା ବନ୍ଦର କର୍ତ୍ତୃପକ୍ଷ ଶ୍ରୀ ମେକୱାନ୍ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ବିମାନରେ ଶ୍ରୀ ମେକୱାନଙ୍କ ସହିତ ୨ ପାଇଲଟ୍ ଓ ଜଣେ ପରିଚାରିକା ରହିଥିଲେ। ଆଜି ପ୍ରଥମ ବିମାନ ଅବତରଣ ପରେ କମ୍ପାନି କର୍ତ୍ତୃପକ୍ଷ ବିମାନବନ୍ଦରର ବିଭିନ୍ନ ଦିଗ ସମ୍ପର୍କରେ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରାୟ ଅଧଘଣ୍ଟା ପରେ ବିମାନଟି ପୁଣି ଗନ୍ତବ୍ୟ ପଥରେ ଉଡ଼ାଣ ଭରିଥିଲା।

