ଚିକିତ୍ସାକେନ୍ଦ୍ରରେ ପଡିଛି ତାଲା, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ
କୋଠାରେ ଲାଗିଛି ନୂଆ ରଙ୍ଗ । ପ୍ରତିବର୍ଷ ଚିକିତ୍ସାକେନ୍ଦ୍ରରେ ନୂଆ ରଙ୍ଗ ହୁଏ ନାମ ବି ଲେଖା ଯାଏ । ଆଉ ବିଲ୍ କରି ଠିକାଦାର ମାଲେମାଲ ହୁଅନ୍ତି । କିନ୍ତୁ ବର୍ଷ ବର୍ଷ ଧରି କେବେ ହେଲେ ବି ଚିକିତ୍ସାକେନ୍ଦ୍ରରେ ଡାକ୍ତରଙ୍କ ଦେଖା ମିଳେନି । ଗେଟରେ ସବୁ ସମୟରେ ପଡିଥାଏ ତାଲା । ଉପାନ୍ତ ଅଞ୍ଚଳର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାରେ ବିଫଳ ହେଉଛି ହୋମିଓପ୍ୟାଥିକ ସ୍ୱାସ୍ଥ୍ୟକେନ୍ଦ୍ର । ନିୟମିତ ଡାକ୍ତର ନଥିବାରୁ ଅଚଳ ହୋଇ ପଡି ରହିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ଦୁଇ ଦୁଇଟି ହୋମିଓପ୍ୟାଥିକ ଡାକ୍ତରଖାନା । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୫୦ଖଣ୍ଡ ଗାଁର ରୋଗୀ । ଅନ୍ୟପଟେ ଡାକ୍ତରଖାନାକୁ ଡାକ୍ତର ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
