ଦୋକାନରେ ଭୟାବହ ଅଗ୍ନିକାଣ୍ଡ
କଟକ ଜିଲ୍ଲା ଟାଙ୍ଗୀ ଥାନା ଗୋବିନ୍ଦପୁର ଛକରେ ଘଟିଛି ଏଭଳି ଭୟଙ୍କର ଅଗ୍ନିକାଣ୍ଡ । ଗୌରାଙ୍ଗ ମହାନ୍ତି ଓ ହୃଷିକେଶ ମହାନ୍ତିଙ୍କ ଦୁଇଟି ଦୋକାନ ଜଳିପୋଡ଼ି ଛାରଖାର ହୋଇଯାଇଛି । ଗତ ରାତିରେ ଦୁଇ ଭାଇ ନିଜ ଦୋକାନ ବନ୍ଦ କରି ନିଜ ଘରକୁ ଚାଲିଯାଇଥିଲେ । ଘରେ ଖାଇ ଶୋଇଥିଲେ । ଦୋକାନରେ ନିଆଁ ଲାଗିବା ଦେଖି ସେହି ଠାରେ ଅନ୍ୟ ଦୋକାନରେ ଥିବା ଲୋକେ ଖବର ଦେଇଥିଲେ । ରାତି ପ୍ରାୟ ୨ଟାରେ ଖବର ପାଇ ଦୋକାନୀ ଜଣକ ଆସି ଦେଖନ୍ତି ତ ସବୁ ଜଳି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣା ସ୍ଥଳରେ ଚୌଦ୍ୱାର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଗ୍ନି ବିପନ୍ନକୁ ସହାୟତା ପାଇ ଦାବି କରିଛନ୍ତି ବିପନ୍ନ ଓ ସ୍ଥାନୀୟ ବଣିକ ସଙ୍ଘ । ଅନ୍ୟପଟେ କେହି ଜଣେ ଦୁର୍ବୃତ୍ତ ଦୋକାନରେ ନିଆଁ ଲଗାଇଥିବା ସନ୍ଦେହ କରୁଛନ୍ତି ଦୋକାନୀ ଏବଂ ସ୍ଥାନୀୟ ବାସିନ୍ଦା । ତେବେ ଏନେଇ ଥାନାରେ ଅଭିଯୋଗ କରିବା ପାଇଁ ମଧ୍ୟ କହିଛନ୍ତି ଅଗ୍ନୀ ବିପନ୍ନ ।

