ମ୍ୟାଚ୍ ପୂର୍ବରୁ ବାରବାଟି ଷ୍ଟାଡିୟମ୍ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
ଭାରତ ଇଂଲଣ୍ଡ ଏକ ଦିବସୀୟ କ୍ରିକେଟ ମ୍ୟାଚ୍। ଆଜି ବାରବାଟି ଷ୍ଟାଡିୟମ୍ ପରିଦର୍ଶନରେ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମ୍ୟାଚ୍ ପ୍ରସ୍ତୁତି ନେଇ କରିବେ ଅନୁଧ୍ୟାନ । ପୂର୍ବାହ୍ନ ସାଢେ଼ ଏଗାରଟା ସମୟରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ଫେବୃୟାରୀ ମାସ ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ । ଟ୍ରାଫିକ ପରିଚାଳନାକୁ ଦୃଷ୍ଟିରେ ରଖି କଟକ ବାରବାଟୀ ଷ୍ଟାଡିୟମ୍ ମୁଖ୍ୟ ରାସ୍ତା କଡ଼ରେ ଥିବା ଟିକେଟ୍ କାଉଣ୍ଟର ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି ।

