ରାଜ୍ୟodishaଜିଲ୍ଲା

ବରଗଡ଼ ଓ ବଣାଇ ହାତୀ ଆତଙ୍କରେ ଗାଁ ଲୋକେ ଭୟଭୀତ

Spread the love

ବରଗଡ଼/ ବଣାଇ : ବରଗଡ଼ ପାଇକମାଳରେ ହାତୀ ଆତଙ୍କ । ଭାଙ୍ଗିଲା ଘର, ଖାଇଗଲା ଧାନ ଚାଉଳ । ମୋତିପାଲି ଗାଁର ଧନିରାମ ବଚ୍ଛାଙ୍କ ଘରେ ପଶି ହାତୀଟି ଭଙ୍ଗାରୁଜା କରିଛି । ଗତକାଲି ରାତିରେ ହାତୀଟି ଗାଁର ପଶି ଉପଦ୍ରବ କରିଥିଲା । ଲୋକମାନେ ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ | ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୋତିପାଲି ଜଙ୍ଗଲକୁ ଲାଗି ରହିଥିବା ଗାଁ ଲୋକଙ୍କୁ ସତର୍କ ରହିବାକୁ ଡାକବାଜି ଯନ୍ତ୍ର ଦ୍ବାରା ସଚେତନ କରାଇଥିଲେ | ବନ ବିଭାଗ ତରଫରୁ ହାତୀର ଗତିବିଧି ଉପରେ ନଜର ରଖାଯାଇଛି ।

ସେହିପରି ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ ବଡପୋଷ ଗାଁରେ ଉତ୍ପାତ କରୁଛନ୍ତି ୨ଟି ଗୋଠ ଛଡ଼ା ଦନ୍ତା । ହାତୀପଲରୁ ୨ଟି ଗୋଠ ଛଡା ଦନ୍ତା ଗାଁରେ ପଶି ଲୋକଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରୁଛନ୍ତି । ଗତକାଲି ରାତିରେ ଏକ ଦନ୍ତା ନଦୀ ପାର ହୋଇ ବଡ଼ପୋଷ ଗାଁରେ ପଶିଛି । ଗାଁର ଶଙ୍କର କିଷାନଙ୍କ ଘର କାନ୍ଥ ଭାଙ୍ଗି ଦେବା ସହ ଚାଉଳ ଖାଇ ନଷ୍ଟ କରିଛି । ଜୀବନ ବିକଳରେ ପରିବାର ଲୋକେ ଘରୁ ବାହାରି ପଳାଇଥିଲେ । ସେହପିରି ଧରଣୀଧର ପାଲିରେ ଏକ ଦନ୍ତା ରାତି ହେଲେ ଉତ୍ପାତ କରୁଛି । ୨ଟି ହାତୀଙ୍କୁ ଘଉଡାଇବା ଉଦ୍ୟମ ଜାରି ରଖିଛି ବନବିଭାଗ ।

Leave a Reply

Your email address will not be published. Required fields are marked *