ଦେଶ ବିଦେଶ

ମହାକୁମ୍ଭ ଦଳାଚକଟା ପରେ ଭିଭିଆଇପି ପାସ୍ ବାତିଲ

Spread the love

ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭର ସଙ୍ଗମ ଅଞ୍ଚଳରେ ବୁଧବାର ଭୋର ସମୟରେ ଘଟିଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ସହ ୬୦ ଜଣ ଆହତ ହେବାର ଗୋଟିଏ ଦିନ ପରେ ରାଜ୍ୟ ସରକାର ଆଗକୁ ଏଭଳି ଘଟଣାକୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ସମଗ୍ର ମେଳା ଅଞ୍ଚଳକୁ ‘ଯାନବାହନ ନିଷିଦ୍ଧ ଜୋନ୍’ ଘୋଷଣା କରିବା ସହ ପ୍ରଶାସନ ପକ୍ଷରୁ କେତେକ ବଡ଼ ପରିବର୍ତ୍ତନ କରାଯାଇଛି।ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ଅନ୍ତର୍ବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକାଧିକ ଗାଇଡ‌୍‌ଲାଇନ୍ ଜାରି କରିଛନ୍ତି। ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ମହାକୁମ୍ଭ ବ୍ୟବସ୍ଥାର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦଳାଚକଟା ଘଟଣାର କାରଣ ଅନୁସନ୍ଧାନ ପାଇଁ ୩ ଜଣିଆ ବିଚାରବିଭାଗୀୟ କମିସନ ନିଯୁକ୍ତ ହୋଇଛନ୍ତି। ଏହି କମିଟିରେ ଜଷ୍ଟିସ ହର୍ଷ କୁମାର, ପୂର୍ବତନ ମହାନିର୍ଦ୍ଦେଶକ ଭିକେ ଗୁପ୍ତା ଓ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଭିକେ ସିଂହ ରହିଛନ୍ତି। ଏଥି ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *