ଦେଶ ବିଦେଶ

୪ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

Spread the love

ଆଜିଠୁ ୪ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୨ ରୁ ୨୫ ତାରିଖ ଯାଏ ଦକ୍ଷିଣ ଆଫ୍ରିକା ଓ ଗ୍ରୀସ୍‌ ଗସ୍ତରେ ଯିବେ ପିଏମ୍‌ ମୋଦି । ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷା କରି ୨୨ ରୁ ୨୪ ଯାଏ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ମୋଦି । ଏହି ସମୟରେ ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ।

୨୦୧୯ ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବ୍ୟକ୍ତିଗତ ଶିଖର ସମ୍ମିଳନୀ ହେବ । ବ୍ରିକ୍ସ ଶିଖର ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ, ଶିକ୍ଷା ଓ କୌଶଳ ବିକାଶ, ଆଫ୍ରିକିୟ ମହାଦ୍ବୀପ ମୁକ୍ତ ବ୍ୟାପାର ମାଧ୍ୟମରେ ନୂଆ ସୁଯୋଗ ଓ ସମ୍ଭାବନା ସୃଷ୍ଟି ଓ ମହାମାରୀ ପରେ ବିକାଶକୁ ଗତିଶିଳ କରିବା ଭଳି ପ୍ରସଙ୍ଗରେ ଆଲୋଚନା ହେବ । ଏହାସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକରେ ମଧ୍ୟ ଯୋଗଦେବେ ମୋଦି ।

ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆମନ୍ତ୍ରିତ ଅନ୍ୟ ଦେଶ ମଧ୍ୟ ସାମିଲ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିପକ୍ଷ ନେତାଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହାପରେ ଗ୍ରୀସ୍‌ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ୨୫ ତାରିଖରେ ଗ୍ରୀସ୍ ଗସ୍ତ କରିବେ ପିଏମ୍‌ ମୋଦି । ଗତ ୪୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ । ଭାରତ ସହ ଗ୍ରୀସର ଦ୍ବିପାକ୍ଷିକ ସର୍ମ୍ପକ ଓ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜବୁତ କରିବା ଏହି ଗସ୍ତର ମୂଳ ଲକ୍ଷ୍ୟ । ଭାରତ ଓ ଗ୍ରୀସ ମଧ୍ୟରେ ସଭ୍ୟତାଗତ ସମ୍ପର୍କ ଥିବାବେଳେ ମୋଦି ସରକାରରେ ସାମୁଦ୍ରିକ କାରବାର, ପ୍ରତିରକ୍ଷା ଓ ନିବେଶ ଯଥେଷ୍ଠ ମଜବୁତ ହୋଇଛି ।

Leave a Reply

Your email address will not be published. Required fields are marked *