ଦେଶ ବିଦେଶ

ଦିଲ୍ଲୀରେ କିଏ ଗଢିବ ସରକାର ?

Spread the love

ଆଜି ଦିଲ୍ଲୀ ରାୟ । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯାଉଛି । ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଫେରି ପାଇବାକୁ ଆଶା ବାନ୍ଧିଛି ବିଜେପି । ୨୦୧୫ ଓ ୨୦୨୦ ନିର୍ବାଚନରେ କ୍ଷମତା ଦଖଲ କରିଥିବା ଆପ ତୃତୀୟ ଥର ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି । ଦିଲ୍ଲୀରେ ୨୦୧୩ରୁ କ୍ଷମତାରୁ ଯିବା ପରେ କଂଗ୍ରେସ ତଳକୁ ତଳ ଖସି ଶୂନରେ ପହଞ୍ଚି ସାରିଛି । ଏବେ କଣ ହେବ, ତା ଉପରେ ସମସ୍ତଙ୍କ ନଜର । ସେପଟେ କେଜରିୱାଲଙ୍କ ସମ୍ମାନ ବାଜିରେ ଲାଗିଛି। ଦୁର୍ନୀତି ଅଭିଯୋଗରେ ଜେଲ ଯାଇ ଫେରିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କହିଥିଲେ ଲୋକେ ଚାହିଁଲେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବେ । ଲୋକେ କଣ ପୁଣି କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି କି? ସେ ଉତ୍ତର ଆଉ କିଛି ଘଣ୍ଟା ପରେ ମିଳିଯିବ।

Leave a Reply

Your email address will not be published. Required fields are marked *