ଗୁରୁବାର ସକାଳେ ତାଜାକିସ୍ତାନରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (NCS)ର ସୂଚନା ମୁତାବକ, ଏହି ଭୂମିକମ୍ପ ଭାରତୀୟ ସମୟ (IST) ଅନୁସାରେ ସକାଳ ୫ଟା ୪୪ ମିନିଟରେ ଆସିଥିଲା ।
ଅକ୍ଷାଂଶ ୩୮.୨୦ ଏନ୍ ଏବଂ ଦ୍ରାଘିମା ୭୨.୮୯ ଇରେ ୧୩୦ କିଲୋମିଟର ଗଭୀରତାରେ ଭୂମିକମ୍ପ ରେକର୍ଡ କରାଯାଇଛି ।