ଦେଶ ବିଦେଶ

ଅଟକ BSF ଯବାନଙ୍କୁ ଛାଡିଲା ପାକିସ୍ତାନ

Spread the love

ଭାରତ- ପାକିସ୍ତାନ ଟେନସନ ମଧ୍ୟରେ ଭାରତକୁ ମିଳିଛି ବଡ଼ ଉପଲବ୍ଧି । ଭାରତର ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡିଲା ପାକିସ୍ତାନ । ୨୧ ଦିନ ପରେ ପାକିସ୍ତାନୀ ରେଞ୍ଜର୍ସମାନେ ଅଟାରୀ ୱାଘା ବର୍ଡରରେ ତାଙ୍କୁ ହସ୍ତାନ୍ତର କରିଛନ୍ତି । ୨୩ ଏପ୍ରିଲରେ ପିକେ ଶ’ ଭୁଲବଶତଃ ପାକିସ୍ତାନ ସୀମାକୁ ଚାଲିଯାଇଥିଲେ । ତାଙ୍କୁ ୨୧ ଦିନ ପରେ ଛାଡିଲା ପାକିସ୍ତାନ ।

୨୩ ଏପ୍ରିଲ ୨୦୨୫ ଠାରୁ ପାକିସ୍ତାନ ରେଞ୍ଜର୍ସଙ୍କ ହେପାଜତରେ ଥିବା ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶ’ଙ୍କୁ ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ଅମୃତସରର ଜଏଣ୍ଟ ଚେକ୍ ପୋଷ୍ଟ ଅଟାରୀ ମାଧ୍ୟମରେ ଭାରତକୁ ହସ୍ତାନ୍ତର କରାଯାଇଛି । ଏହି ସ୍ଥାନାନ୍ତର ଶାନ୍ତିପୂର୍ଣ୍ଣ ଭାବରେ ଏବଂ ପ୍ରତିଷ୍ଠିତ ପ୍ରୋଟୋକଲ ଅନୁସାରେ କରାଯାଇଛି। ଗତ ୨୧ ଦିନ ଧରି ପାକିସ୍ତାନର ହେପାଜତରେ ଥିଲେ । ଭାରତର ଚାପରେ ପାକିସ୍ତାନ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶ ’ଙ୍କୁ ଗିରଫଦାରୀରୁ ମୁକ୍ତ କରିଛି।

ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶ’ ୨୩ ଏପ୍ରିଲ ଠାରୁ ପାକିସ୍ତାନ ରେଞ୍ଜର୍ସଙ୍କ ହେପାଜତରେ ଥିଲେ । ଆଜି ତାଙ୍କୁ ସକାଳ ପ୍ରାୟ ୧୦.୩୦ ସମୟରେ ଅମୃତସରର ମିଳିତ ଚେକ୍ ପୋଷ୍ଟ ଅଟାରୀ ମାଧ୍ୟମରେ ଭାରତକୁ ହସ୍ତାନ୍ତର କରାଯାଇଥିଲା ।

ବିଏସ୍‌ଏଫ୍‌ ଅଧିକାରୀଙ୍କ ସୂଚନା ଅନୁସାରେ, ଯବାନ ପିକେ ଶ’ ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ । ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ପାକ୍‌ ରେଞ୍ଜର୍ସ ତାଙ୍କୁ ଉଠାଇ ନେଇ ଅଟକ ରଖିଥିଲେ । ପଶ୍ଚିମବଙ୍ଗର ହୁଗଳି ଜିଲ୍ଲା ରିଶ୍ରାରେ ରହୁଥିବା ପୂର୍ଣ୍ଣମ କୁମାର ବିଏସଏଫରେ ୧୮୨ତମ ବାଟାଲିୟନରେ କାର୍ଯ୍ୟରତ ଥିଲେ ।

Leave a Reply

Your email address will not be published. Required fields are marked *