ଦେଶ ବିଦେଶ

ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ

Spread the love

ଉତ୍ତର ଭାରତରେ ପ୍ରକୃତିର କୋପ । ବର୍ଷା ବିତ୍ପାତରେ ଗଲାଣି ୮୦ରୁ ଅଧିକ ଲୋକଙ୍କ ଜୀବନ । ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ ପଂଜାବରେ କିଛି ଦିନ ହେଲାଣି ଜୋର୍ ବର୍ଷା ଲାଗି ରହିଛି । ଏହା ଦ୍ୱାରା ଭାଙ୍ଗିଛି ବହୁ ଘର ଦ୍ୱାର । ବିଶେଷ କରି ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳରେ ଅନେକ ଘର ଭାଙ୍ଗିଛି ।

ଉତ୍ତରାଖଣ୍ଡରେ ସୋମବାର ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଥିଲା । ଏଥିରେ ଏକ ରିସୋର୍ଟ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା । ରିସୋର୍ଟର ଭଗ୍ନାବଶେଷରୁ ଏକ ଦମ୍ପତି ଏବଂ ତାଙ୍କ ପୁଅ ସମେତ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସଦ୍ୟତମ ରିପୋର୍ଟ ଅନୁସାରେ, ମାତ୍ର ତିନି ଦିନ ମଧ୍ୟରେ ଏଠାରୁ ୧୦ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇ ସାରିଲାଣି।

Leave a Reply

Your email address will not be published. Required fields are marked *