ଦେଶ ବିଦେଶ

ଆଜି ଇସ୍ରୋ ପାଇଁ ଆଉ ଏକ ଅଗ୍ନି ପରୀକ୍ଷା : ପ୍ରପଲସନ୍ ମଡ୍ୟୁଲରୁ ବିଚ୍ଛିନ୍ନ ହେବ ଚନ୍ଦ୍ରୟାନର ଲ୍ୟାଣ୍ଡର୍

Spread the love

ସରିଲା ଚନ୍ଦ୍ରୟାନ-୩ର କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା। ଆଜି ଇସ୍ରୋ ପାଇଁ ଆଉ ଏକ ବଡ଼ ଅଗ୍ନି ପରୀକ୍ଷା । ଆଜି ଆଉ ଏକ ବଡ଼ ଜଟିଳ ପ୍ରକ୍ରିୟା ସମ୍ପାଦନ କରାଯିବ । ପ୍ରପଲସନ୍ ମଡ୍ୟୁଲରୁ ବିଚ୍ଛିନ୍ନ ହେବ ଚନ୍ଦ୍ରୟାନର ଲ୍ୟାଣ୍ଡର୍ ।

ଏପର୍ଯ୍ୟନ୍ତ ସ୍ପେଶ କ୍ରାଫ୍ଟର ଗତିପଥ ପରିବର୍ତ୍ତନରେ ସହାୟକ ହେଉଥିବା ପ୍ରପଲ୍ସନ ମଡ୍ୟୁଲ ବା ଏକ ଛୋଟ ରକେଟ୍ ଆଜି ଅଲଗା ହୋଇଯିବା ପରେ, ଲ୍ୟାଣ୍ଡର ନିଜେ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିବ । ଏହା ଚନ୍ଦ୍ରପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚତାରେ ଏକ ବୃତ୍ତାକାର ପଥରୁ ଅବତରଣ ଆରମ୍ଭ କରିବ ।

Leave a Reply

Your email address will not be published. Required fields are marked *