ମନୋରଞ୍ଜନ

‘Welcome-3’ ରେ ଏହି ଷ୍ଟାରଙ୍କର ହେଲା ଏଣ୍ଟ୍ରି, ଉତ୍ସାହିତ ହେଲେ ଫ୍ୟାନ୍ସ

Spread the love

ବଲିଉଡର କିଛି ଚଳଚ୍ଚିତ୍ରର ଫ୍ରାଞ୍ଚାଇଜ୍ ବହୁତ ହିଟ୍ ହୋଇଛି । ଦର୍ଶକମାନେ ମଧ୍ୟ ଏଥିପାଇଁ ଆଗ୍ରହୀ ଅଟନ୍ତି।ଏହି ତାଲିକାରେ ଅନେକ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ଏହି ଫ୍ରାଞ୍ଚାଇଜ୍ ର ତୃତୀୟ ଭାଗ ୱେଲକମ୍‌ ବିଷୟରେ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ର ସହିତ ଜଡିତ ପ୍ରତ୍ୟେକ ଅପଡେଟ୍ ସାମ୍ନାକୁ ଆସୁଛି । ନିକଟରେ ଏହି ଚଳଚ୍ଚିତ୍ରରେ ଦୁଇଟି ବଡ ତାରକା ଏଣ୍ଟ୍ରି କରିଛନ୍ତି । ଏହା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ବିଷୟରେ ଅଧିକ ଉତ୍ସାହ ଦେଖାଦେଇଛି ।

ନିକଟରେ ନିର୍ମାତାମାନେ ଘୋଷଣା କରିଛନ୍ତି ଯେ ଆନ୍ନା ସୁନୀଲ ଶେଟ୍ଟୀ ବର୍ତ୍ତମାନ ସୁପରହିଟ୍ ଫ୍ରାଞ୍ଚାଇଜ୍ ୱେଲକମ୍‌-୩ ରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ଦିଶା ପଟାନି ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ଏହି ଫିଲ୍ମରେ କାଷ୍ଟ ହୋଇଛନ୍ତି। ସେ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।ସୁନୀଲଙ୍କ ଏଣ୍ଟ୍ରି ଫିଲ୍ମରେ ଏକ ନୂଆ ଟ୍ଵିଷ୍ଟ ଆଣିବ । ବର୍ତ୍ତମାନ ୱେଲକମ୍‌ରେ ଅକ୍ଷୟ କୁମାରଙ୍କ ସହ ସୁନୀଲଙ୍କ ଯୋଡି ଧମାଲ କରିବାକୁ ଯାଉଛି।

ରିପୋର୍ଟ ଅନୁଯାୟୀ ସୁନୀଲ ଶେଟ୍ଟୀ ବହୁତ ଉତ୍ସାହିତ ଅଛନ୍ତି । ନିକଟ ସୂତ୍ରରୁ ଜଣାପଡିଛି ଯେ ଉଭୟ ସୁନୀଲ ଏବଂ ଫିରୋଜ ଘନିଷ୍ଠ ବନ୍ଧୁ। ଯେତେବେଳେ ସେ ଫିଲ୍ମ ପାଇଁ ଏକ ଅଫର ପାଇଲେ। ସେ ଅଧିକ ଉତ୍ସାହିତ ହୋଇଥିଲେ । ଜଣାପଡୁଛି କି ଏଥର ଫିଲ୍ମରେ ଜବରଦସ୍ତ କମେଡି ସହ କିଛି ନୂଆ ଷ୍ଟାରକାଷ୍ଟଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ୨୦୨୪ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ।

Leave a Reply

Your email address will not be published. Required fields are marked *