ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରେ ‘ମଲବେରି’
ଆପଣମାନେ ପ୍ରାୟ ସବୁ ପ୍ରକାରର ଫଳ ଦେଖିଥିବେ । ଏହା ମଧ୍ୟ ଦେଖିଥିବେ ଯେ ସବୁ ଫଳରେ ଚୋପା ଓ ମଞ୍ଚି ଥାଏ । କିନ୍ତୁ ସଂସାରରେ ଏମିତି ଏକ ଫଳ ରହିଛି ଯାହାର ଚୋପା କି ମଞ୍ଚି ନାହିଁ ।ସେହି ଫଳର ନାମ ହେଉଛି ‘ମଲବେରି’ । ମଲବେରି ହେଉଛି ଏକ ଫଳ ଯାହା ଭଲ ସ୍ୱାଦ ଏବଂ ପୃଷ୍ଟକର ଗୁଣ ପାଇଁ ଜଣାଶୁଣା । ଏହି ଫଳରେ ନା ମଞ୍ଜି ଅଛି ନା ଚୋପା ଅଛି । ଏହାର ରଙ୍ଗ ଧଳା, ନାଲି ଏବଂ କଳା ହୋଇଥାଏ । ଏଥିରେ ଭିଟାମିନ୍ ସି, ଭିଟାମିନ୍ କେ, ଆଇରନ, କ୍ୟାଲସିୟମ, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବହୁ ଉପରକାରୀ ହୋଇଥାଏ । ମଲବେରିରେ ମିଳଳୁଥିବା ଆଣ୍ଟିଅକ୍ସିଡାଣ୍ଟ କର୍କଟ କୋଷର ବୃଦ୍ଧି ରୋକିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ମଲବେରିରେ ଥିବା ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ହୃଦରୋଗର ଆଶଙ୍କା ହ୍ରାସ କରିଥାଏ ।ମଲବେରିରେ ଥିବା ଫାଇବର ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରେ । ଆହୁରି ମଧ୍ୟ, ଏହି ଫଳରେ ଥିବା ଭିଟାମିନ୍ ଏ’ ଦୃଷ୍ଟି ଶକ୍ତିକୁ ପ୍ରଖର କରିଥାଏ । ଏହା ସହ ମାଲବେରିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ସ୍କିନକୁ ଗ୍ଲୋ କରିଥାଏ ।
